
ଜୟପୁର: ଜୟପୁର ବ୍ଲକର ଗଡପଦର ଗାଁର ବିରେନ୍ଦ୍ର ରାୟଙ୍କ ୮ଏକର ଜମିର ପାଳଗଦାରେ ଶନିବାର ଦିନ ୧୧ଟା ବେଳେ ନିଆଁ ଲାଗି ଥିଲା। ସେ ଜୟପୁର ଅଗ୍ନିଶମ ବିଭାଗକୁ ଏ ନେଇ ସୂଚନା ଦେଇଥିଲେ। ଅଗ୍ନିଶମ ବିଭାଗ ପକ୍ଷରୁ ଆସିଥିବା ଗାଡିଟି ଗାଁ ନିକଟକୁ ପହଚିଂ କେନାଲରୁ ପାଣି ଉଠାଇବାକୁ ଯିବା ସମୟରେ ଗାଡିର ଷ୍ଟାର୍ଟ ବନ୍ଦ ହୋଇ ଯାଇଥିଲା। ବହୁ ସମୟ ଧରି ଏହା ଷ୍ଟାର୍ଟ ହୋଇ ନଥିଲା।
ପରେ ଆଉ ଗୋଟିଏ ଗାଡି ଆସି କେନାଲରୁ ପାଣି ଉଠାଇ ପାଳ ଗଦାର ନିଆଁକୁ ଅଗ୍ନିଶମ ବିଭାଗର କର୍ମଚାରୀ ଓ ଗାଁ ଲୋକେ ମିଶାଇ ଲିଭାଇଥିଲେ। ଷ୍ଟାର୍ଟ ହେଉନଥିବା ଗାଡିକୁ ଗାଁ ଲୋକେ ଠେଲିବା ପରେ ଏହା ଷ୍ଟାର୍ଟ ହୋଇଥିଲା। ତେବେ ଅଗ୍ନିଶମ ବିଭାଗଟି ଅତ୍ୟନ୍ତ ଜରୁରୀ ହୋଇଥିବା ବେଳେ ବିଭାଗ ଅଧିନରେ ଥିବା ଗାଡି ଗୁଡିକ ବି ସେଭଳି ଠିକ୍ ରହିବା ଆବଶ୍ୟକ।

ଅଧା ବାଟରେ ଯଦି ଗାଡିର ଷ୍ଟାର୍ଟ ବନ୍ଦ ହୋଇଯିବ ତେବେ ଯେଉଁ ଉଦ୍ଦେଶ୍ୟରେ ଏହି ଗାଡି ଗୁଡିକ ରହିଛି ତାହା ସାଧିତ ହୋଇ ପାରିବ କି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ବିଭାଗୀୟ ଅଧିକାରୀ ମାନେ ଏଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେବା ସହ ଗାଡିକୁ ଠିକ ଭାବେ ସଜାଡି ରଖିବା ସହ ମଝିରେ ମଝିରେ ଏହାର ଦେଖାରଖା କରିବା ଜରୁରୀ ।
The post ଜରୁରୀ ସମୟରେ ଅଟକିଗଲା ଦମକଳ ଗାଡ଼ି, ନିଆଁ ଲିଭାଇବାକୁ ଯାଇଥିବା ଗାଡିର ଷ୍ଟାର୍ଟ ବନ୍ଦ first appeared on Sambad.
from ଜିଲ୍ଲା – Sambad https://ift.tt/3mLupBi
0 Comments