କାମାକ୍ଷାନଗର: ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ବିଜାଡିହ ନିକଟରେ ଗୁରୁବାର ପୂର୍ବାହ୍ନରେ ଏକ ସଡ଼କ ଦୁର୍ଘଟଣାରେ ବାପା ପୁଅଙ୍କ ମୃତ୍ୟୁ ହୋଇଛି। ମୃତକ ଦୁହେଁ ହେଲେ ପରଜଙ୍ଗର ରମଣି ମଲ୍ଲିକ(୫୬) ଓ ତାଙ୍କ ପୁଅ ସୁବ୍ରତ ମଲ୍ଲିକ(୨୮)।

କୌଣସି କାମରେ ଦୁହେଁ ନିଜ ଗ୍ରାମ ପରଜଙ୍ଗରୁ ଏକ ମୋଟର ସାଇକେଲ ଯୋଗେ ଭୁବନେଶ୍ବର ଯାଉଥିଲେ। ବିଜାଡିହ ନିକଟରେ ବାଇକଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହେବାରୁ ଦୁହେଁ ଗୁରୁତର ଆହତ ହୋଇଥିଲେ। ଆମ୍ବୁଲାନ୍ସ ଯୋଗେଁ ଦୁହିଁଙ୍କୁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ।

The post ଗଛରେ ପିଟି ହେଲା ବାଇକ୍: ବାପପୁଅ ମୃତ first appeared on Sambad.



from ଜିଲ୍ଲା – Sambad https://ift.tt/2LoH9jC