ବାଲେଶ୍ୱର: ଗୁରୁବାର ବିଳମ୍ବିତ ରାତ୍ରୀରେ ମୟୂରଭଞ୍ଜ ଜିଲ୍ଲାରେ ମୃଦୁ ଭୂମିକମ୍ପ ସଂଘଠିତ ହୋଇଥିବା ଜଣାପଡ଼ିଛି। ରାତି ୨:୧୩ରେ ହୋଇଥିବା ଏହି ଭୂକମ୍ପନର ତୀବ୍ରତା ରିକ୍ଟର୍‌ ସ୍କେଲ୍‌ରେ ୩.୯ ଥିବା କଥା ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି’ ସୂଚନା ଦେଇଛି।

ଭୂକମ୍ପନ ଅନୁଭୂତ ହେବା ପରେ ପରେ ଲୋକେ ଆତଙ୍କିତ ହୋଇ ଘରୁ ବାହାରି ଆସି ଶଙ୍ଖ ବଜାଇବା ସହ ହୁଳହୁଳି ପକାଇଥିଲେ। ଏଥିଯୋଗୁଁ କୌଣସି କ୍ଷୟକ୍ଷତି ହୋଇଥିବାର ଖବର ଆସିନାହିଁ। କିନ୍ତୁ, ପ୍ରାୟ ଅଧଘଣ୍ଟାଏ ପର୍ଯ୍ୟନ୍ତ ମୋବାଇଲ୍‌ ନେଟ୍‌ଓ୍ଵାର୍କ କାମ କରି ନ ଥିଲା ବୋଲି କେତେକ ବ୍ୟକ୍ତି ଦାବି କରୁଛନ୍ତି। ବାଲେଶ୍ୱର ଜିଲ୍ଲାରେ ମଧ୍ୟ ଏହି ଭୂକମ୍ପନ ଅନୁଭୂତ ହୋଇଥିଲା।

The post ବିଳମ୍ବିତ ରାତ୍ରୀରେ ଉତ୍ତର ଓଡ଼ିଶାରେ ମୃଦୁ ଭୂମିକମ୍ପ ଯୋଗୁଁ ଥରିଲା ବସୁଧା first appeared on Sambad.



from ଜିଲ୍ଲା – Sambad https://ift.tt/3qlUyJj