ମାଲକାନଗିରି: ମଣିଷ ଭଳି ପଶୁମାନଙ୍କର ବି ହୃଦୟ ରହିଛି। ଏଭଳି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସହରରେ।

ସ୍ଥାନୀୟ ବସଷ୍ଟାଣ୍ଡ ନିକଟରେ ଏକ ଗାଡି ଧକ୍କାରେ ବାଛୁରୀ ଗୁରୁତର ଆହତ ହୋଇଥିଲା।ସ୍ଥାନୀୟ ଖଲସିମାନେ ବାଛୁରୀକୁ ରିକ୍ସାରେ ପକାଇ ମେଡିକାଲ ନେବାକୁ ବାହାରି ଥିଲେ। ବାଛୁରୀର ମାଆ ରିକ୍ସା ପଛେ ପଛେ ଦୌଡ଼ି ଥିଲା। ବାଛୁରୀର ଅବସ୍ଥା ଦେଖି ତାର ଆଖିରୁ ଲୁହ ବି ଝରୁଥିବା ଦେଖିବାକୁ ମିଳିଥିଲା। ଏଭଳି ଏକ ହୃଦୟସ୍ପର୍ଣୀ ଘଟଣାକୁ ଯିଏ ଦେଖୁଥିଲା ସେ ଆଚମ୍ବିତ ହେଉଥିଲେ।

ବାଛୁରୀକୁ ମେଡିକାଲ ଭିତରେ ପ୍ରବେଶ କରାଇବା ପରେ ବି ଗାଈଟି ବଛୁରୀକୁ ଛାଡି ନଥିଲା। ବଛୁରୀକୁ ଚାଟି ଚାଟି ଚାଲିଥିଲା। କହୁଥିଲା ତୋର କିଛି ହେବ ନାହିଁ। ଏଭଳି ହୃଦୟ ବିଦରକ ଦୃଶ୍ୟ ଲୋକମାନେ ଦେଖି ଭାବବିହ୍ଵଳ ହୋଇପଡିଥିଲେ।

The post ପଶୁ ନିକଟରେ ବି ହୃଦୟ ଅଛି: ଆହତ ବାଛୁରୀ ପଛେ ପଛେ ଗାଈ ଦୌଡ଼ିଲା first appeared on Sambad.



from ଜିଲ୍ଲା – Sambad https://ift.tt/2J1GtQf