
ବରପାଲି: ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍ସ୍ଥିତ ତିଲେଇମାଳ ସ୍କୁଲ୍ର ବ୍ଲକ୍ଗ୍ରାଣ୍ଡ୍ ଶିକ୍ଷକ ପ୍ରମୋଦ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିବା ଜାଣିବାକୁ ମିଳିଛି।
ତିଲେଇମାଳରେ ଥିବା ତାଙ୍କ ପୈତୃକ ଘରେ, ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି ସ୍ଥିିତ ତାଙ୍କ ଘରେ, ଗଣ୍ଠିଆପାଲି ସ୍ଥିତ କାର୍ଯ୍ୟାଳୟରେ, ବରପାଲି କପିଳେଶ୍ବରନଗର ସ୍ଥିତ ବାସଭବନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ କରିଥିବା ଜାଣିବାକୁ ମିଳିଛି। ବରଗଡ଼ ଓ ସମ୍ବଲପୁର ଭିଜିଲାନ୍ସ ଟିମ୍ ମିଶି ମିଳିତ ଚଢ଼ାଉ କରିଥିବା ସୂଚନା ରହିଛି।
The post ବରଗଡ଼: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ଉ first appeared on Sambad.
from ଜିଲ୍ଲା – Sambad https://ift.tt/3nn8S28
0 Comments