ଯାଜପୁର: ଯାଜପୁର ଜିଲ୍ଲାର ମଙ୍ଗଳପୁର ଥାନା ଅନ୍ତର୍ଗତ କନିକାପଡା ପଞ୍ଚାୟତର ଶ୍ରୀରାମପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।  ବିଳମ୍ବିତ ରାତିରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିବାରୁ  ଘର ଭିତରେ  ଶୋଇଥିବା  ଅନିରୁଦ୍ଧ ଦାସଙ୍କ ପତ୍ନୀ  ୩୬ ବର୍ଷୀୟା ମଧୁସ୍ମିତା ନାୟକ ପୋଡ଼ିହୋଇ ମୃତ୍ୟୁବରଣ କରିଛନ୍ତି।

ଗତକାଲି ରାତି ପ୍ରାୟ ୨ଟା ସମୟରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ପଡ଼ିଶା ଲୋକ ଘର ଜଳୁଥିବା ଦେଖିବାକୁ ପାଇଥିଲେ। ପରେ ସେମାନେ ମହିଳାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ଭିତର ପଟୁ କବାଟ ବନ୍ଦ ଥିବାରୁ  ଉଦ୍ଧାର କାମରେ ବିଳମ୍ବ ହୋଇଥିଲା। ତେବେ ମଧୁସ୍ମିତା ନାୟକଙ୍କୁ ଉଦ୍ଧାର କରି  ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି। ଅଗ୍ନିକାଣ୍ଡରେ ଘରର ଆସବାବପତ୍ର ଜଳି ପାଉଁଶ ହୋଇଯାଇଛି। ତେବେ ଅଗ୍ନିକାଣ୍ଡରେ ସୌଭାଗ୍ୟବଶତଃ ତାଙ୍କ ୨ବର୍ଷର ଶିଶୁ କନ୍ୟା ବଞ୍ଚିଯାଇଛି।

ଖବର ପାଇ ମଙ୍ଗଳପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।

The post ଶୋଇଥିବା ବେଳେ ଘରେ ନିଆଁ ଲାଗିବାରୁ ଜଳିଗଲେ ମହିଳା  first appeared on Sambad.



from ଜିଲ୍ଲା – Sambad https://ift.tt/3pp6KYd