ବଲାଙ୍ଗୀର: ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର କେନ୍ଦ୍ର ସମବାୟ ବ୍ୟାଙ୍କର ଆକାଉଣ୍ଟ ମ୍ୟାନେଜର ସୁଧୀର କୁମାର ନନ୍ଦଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଥିବା ଜଣାଯାଇଛି। ସମ୍ୱଲପୁର ଭିଜିଲାନସ ଏସ.ପିଙ୍କ ନିର୍ଦ୍ଦେଶରେ ଆଜି ଭିଜିଲାନ୍ସ ବିଭାଗର ଚାରିଟି ଟିମ୍ ତିନୋଟି ଜାଗାରେ ଚଢଉ ଜାରି ରଖିଛନ୍ତି।

ବଲାଙ୍ଗୀର ସହର ଭିତରେ ଥିବା ବି.ଡି.ସି.ସି ବ୍ୟାଙ୍କ, ପ୍ୟାଲେସଲାଇନ ଏବଂ ରୁଗୁଡିପଡ଼ା ସ୍ଥିତ ଘରେ ବଲାଙ୍ଗୀର, ବରଗଡ଼, ସମ୍ୱଲପୁର ଓ ସୋନପୁର ଭିଜିଲାନସ ବିଭାଗର ଟିମ ଏକକାଳୀନ ଚଢାଉ କରିଛନ୍ତି। ଏଠାରେ କିଛି ନଗଦ ଟଙ୍କା, ସୁନା ଅଳଙ୍କାର ମିଳିଥିବା ବେଳେ ଘରବାଡ଼ି ସଂପତ୍ତିର ଆକଳନ ଜାରି ରହିଛି। ସେପଟେ ସୁଧୀର ନନ୍ଦ କହିଛନ୍ତି ଯେ ତାଙ୍କର କୌଣସି ଆୟବର୍ହିଭୂତ ସଂପତ୍ତି ନାହିଁ।

The post ବଲାଙ୍ଗୀର କେନ୍ଦ୍ର ସମବାୟ ବ୍ୟାଙ୍କର ଆକାଉଣ୍ଟ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ first appeared on Sambad.



from ଜିଲ୍ଲା – Sambad https://ift.tt/3mUE3AT