ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି। ଏରସମା ବ୍ଲକ ବଳେଇପୁର ପଞ୍ଚାୟତ ନାଳକଣି ଗ୍ରାମର ତ୍ରିଲୋଚନ ରାଉତଙ୍କ ଧର୍ମପତ୍ନୀ ବିନ୍ଦୁଲତା ରାଉତ(୩୪) ଗତକାଲି ଏରସମା ମେଡିକାଲରେ ହେଉଥିବା ପରିବାର ନିୟୋଜନ କ୍ୟାମ୍ପକୁ ଅସ୍ତ୍ରୋପ୍ରଚାର ପାଇଁ ଆସିଥିଲେ। ହେଲେ ୩୦ ଜଣଙ୍କ ପରେ ଶେଷରେ ତାଙ୍କର ନାମ ଡକା ଯାଇଥିଲା।
ଅସ୍ତ୍ରୋପ୍ରଚାର ପାଇଁ ଓଟି ଭିତରକୁ ଯାଇଥିଲେ ହେଲେ ଆଉ ଫେରି ପାରି ନଥିଲେ। ଡାକ୍ତରଙ୍କ ଅବହେଳା ପାଇଁ ଜଣେ ସୁସ୍ଥ ମହିଳାଙ୍କର ଜୀବନ ଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଜଣେ ଅବସରପ୍ରାପ୍ତ ଡାକ୍ତର ପ୍ରତାପ ଦାସ କାହିଁକି ଅପରେସନ କରିଥିଲେ ବୋଲି ପରିବାର ଲୋକ ପ୍ରଶ୍ନ ଉଠାଇଛନ୍ତି। ଏନେଇ ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇବାସହ ଉକ୍ତ ଡ଼ାକ୍ତରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ କ୍ଷତିପୂରଣ ଦାବି କରିଛନ୍ତି ପରିବାର ଲୋକ।
The post ଏରସମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା first appeared on Sambad.
from ଜିଲ୍ଲା – Sambad https://ift.tt/2W4RRxR
0 Comments