କଟକ: ଦ୍ବିତୀୟ ଦିନରେ କମିସନରେଟ ପୁଲିସ ପକ୍ଷରୁ ଡି ବ୍ରଦର୍ସଙ୍କ ସିଡ଼ିଏସ୍ଥିତ ବାସଭବନରେ ଚଢ଼ଉ ଜାରି ରହିଛି। ବନ୍ଧୁକ ଯୋଗାଇଥିବା ବ୍ୟକ୍ତି ଜଣଙ୍କ ଡି ବ୍ରଦର୍ସଙ୍କ କେୟାରଟେକର ବୋଲି ଜଣାପଡ଼ିଛି। ଜବତ ସାମଗ୍ରୀ ଓ ଅଭିଯୁକ୍ତ ବିଷୟରେ ଚଢ଼ଉ ପରେ ଆଜି ଅପରାହ୍ନରେ ପୁଲିସ ତଥ୍ୟ ପ୍ରଦାନ କରିବ ବୋଲି ଜଣାଯାଇଛି। ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିଷୟରେ ଏବଂ ଆଜିର ଚଢ଼ଉବେଳେ ତାଙ୍କ କେୟାର ଟେକର ମାରଣାସ୍ତ୍ର ଯୋଗାଉଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ଗତକାଲି ରାତିରେ କଟକ ସିଡ଼ିଏସ୍ଥିତ ଧଳସାମନ୍ତଙ୍କ ବାସଭବନରେ କମିସନରେଟ ପୁଲିସ ପକ୍ଷରୁ ଚଢ଼‌ଉ କରାଯାଇଥିଲା। ଚଢ଼ାଉ ସମୟରେ ୭ଟି ବନ୍ଧୁକ ଓ ବିପୁଳ ପରିମାଣର ଗୁଳି ଓ ମାରଣାସ୍ତ୍ର ଜବତ କରିବା ସହ ୩ ଜଣଙ୍କୁ ଅଟକ ରଖିଥିଲା ପୁଲିସ। ପୁଲିସ ପୂର୍ବରୁ ଡି ବ୍ରଦର୍ସଙ୍କ ଜଣେ ମହିଳା ସହଯୋଗୀଙ୍କୁ ଗିରଫ କରିଥିଲା । ଜେରା ବେଳେ ମିଳିଥିବା କିଛି ତଥ୍ୟ ଆଧାରରେ ପୁଲିସ ଏହି ଚଢ଼ଉ କରିଥିବା ଜଣାପଡ଼ିଛି। ଏକାସଙ୍ଗେ ୫ଟି ଥାନାର ଥାନା ଅଧିକାରୀ ଓ କଟକ ଡିସିପି ଚଢ଼ଉରେ ସାମିଲ ହୋଇଥିବା ଜଣାଯାଇଛି।

The post ଦ୍ବିତୀୟ ଦିନରେ ଡି ବ୍ରଦର୍ସଙ୍କ ଘରେ କମିସନରେଟ ପୁଲିସର ଚଢ଼ଉ ଜାରି: କେୟାରଟେକର ଯୋଗାଉଥିଲା ମାରଣାସ୍ତ୍ର first appeared on Sambad.



from ଜିଲ୍ଲା – Sambad https://ift.tt/344tBjP