
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ମଣ୍ଡୁଆ ଗ୍ରାମ ନିକଟ ସୁନାରୀଝରଣ ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ କର୍ମଚାରୀଙ୍କ ଦ୍ୱାରା ଶାଳ ବଲହା ବୋଝେଇ ଟ୍ରାକ୍ଟର ଜବତ କରିଛନ୍ତି। ଗତକାଲି ବିଳମ୍ବିତ ରାତି ସାଢ଼େ ୧୨ ଟାରେ ଖବରପାଇ ଛେଣ୍ଡିପଦା ରେଞ୍ଜର ପ୍ରତାପ ଚନ୍ଦ୍ର ରାଉଳଙ୍କ ନେତୃତ୍ୱରେ ଫରେଷ୍ଟର ପଦ୍ମ ଚରଣ ସାହୁ ଓ ବନ କର୍ମଚାରୀ ଚଢ଼ଉ କରିଥିଲେ।
ଜଙ୍ଗଲରୁ ପ୍ରାୟ ୧୧୦ ଶାଳ ବଲହା ଓଡ଼ି-୧୯-ଆର-୪୧୭୪ ନମ୍ବର ଟ୍ରାକ୍ଟରରେ ମଣ୍ଡୁଆ ଗ୍ରାମ ଆଡକୁ ଆସୁଥିବା ବେଳେ ବନ କର୍ମଚାରୀ ଜବତ କରିଥିଲେ। ଚଢ଼ଉ ପୂର୍ବରୁ ଟ୍ରାକ୍ଟର ଛାଡି ଚାଳକ ଓ କାଠ ମାଫିଆ ଫେରାର ହୋଇଯାଇଛନ୍ତି। ଚଢ଼ଉ ବେଳେ ମଣ୍ଡୁଆ ବନ ସଂରକ୍ଷଣ ସମିତି ସଭ୍ୟମାନେ ବନ କର୍ମଚାରୀଙ୍କୁ ସହଯୋଗ କରିଥିଲେ। ବନ ବିଭାଗ ପକ୍ଷରୁ କାଠ, ଟ୍ରାକ୍ଟର ଜବତ ସହିତ ଏକ ମାମଲା ରୁଜୁ କରି ତଦନ୍ତ ଚଳେଇଛନ୍ତି।
The post ଛେଣ୍ଡିପଦା: ଶାଳ ବଲହା ବୋଝେଇ ଟ୍ରାକ୍ଟର ଜବତ first appeared on Sambad.
from ଜିଲ୍ଲା – Sambad https://ift.tt/37OwztE
0 Comments