କଟକ: ତିନିଦିନିଆ ରିମାଣ୍ତରେ ଆସିଥିବା ସୁଶାନ୍ତ ଓ ସୁଶୀଲ ଧଳସାମନ୍ତ ଆଜି ପୁଣି ଥରେ ଜେଲ୍‌କୁ ଫେରିଯାଇଛନ୍ତି। ରିମାଣ୍ତ ଅବଧି ମଧ୍ୟରେ ପୁଲିସ୍‌କୁ ସେମାନଙ୍କ ଘରୁ ତିନୋଟି ବନ୍ଧୁକ ସହ ମାଗାଜିନ୍‌, ଗୁଳି ଓ ୧୬ଲକ୍ଷ ୫୦ହଜାର ଟଙ୍କା ମିଳିବା ସହ ବନ୍ଧୁକ କାରବାର ସ˚ପର୍କିତ ଅନେକ ତଥ୍ୟ ପୁଲିସ୍‌ ହାତରେ ଲାଗିଛି।

ତେଣୁ ତାହାକୁ ଆଧାର କରି ପରବର୍ତ୍ତୀ ତଦନ୍ତ ଆଗେଇବ ବୋଲି ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ରିମାଣ୍ତ ଅବଧି ଶେଷ ହୋଇଥିବାରୁ କମିସନରେଟ ପୁଲିସ୍‌ ପକ୍ଷରୁ ଦୁଇଭାଇଙ୍କୁ ଆଜି କୋର୍ଟରେ ହାଜର କରାଯିବା ପରେ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

The post ଜେଲ୍‌କୁ ଫେରିଲେ ଧଳସାମନ୍ତ ଭାଇ first appeared on Sambad.



from ଜିଲ୍ଲା – Sambad https://ift.tt/2KEOOu6