
କଟକ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ପଞ୍ଝାରେ ଧରାପଡ଼ିଛନ୍ତି ଜଗତସି˚ହପୁର ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟର ସେକ୍ସନ୍ ଅଫିସର ସ˚ଯୁକ୍ତା ଦାସ।
କଟକ ଭିଜିଲାନ୍ସ ଡିଭିଜନ୍ର ଅଧିକାରୀମାନେ ବୁଧବାର ସ˚ଯୁକ୍ତାଙ୍କ କାର୍ଯ୍ୟାଳୟ ସମେତ ସାତପୁରାସ୍ଥିତ ତିନି ମହଲା ଘର, ପାଣିଶାଳିଆସ୍ଥିତ ଦୁଇ ମହଲା ଘର, କଟକ ମହାନଦୀବିହାରରେ ଥିବା ୩-ବିଏଚ୍କେ ଫ୍ଲାଟ୍ରେ ଏକ ସମୟରେ ଚଢାଉ କରିଛନ୍ତି। ପ୍ରଥମଦିନର ଚଢାଉ ପରେ ୧ କୋଟି ୪୨ ଲକ୍ଷ ୮୮୭୦ ଟଙ୍କାର ସମ୍ପତ୍ତିକୁ ରେକର୍ଡ କରାଯାଇଛି। ସାତପୁରା ସ୍ଥିତ ତିନିମହଲା ଘରର ମୂଲ୍ୟ ୩୭ଲକ୍ଷ ୬୪ହଜାର ୭୮୭ ଟଙ୍କା ଓ ମହାନଦୀବିହାରସ୍ଥିତ ଫ୍ଲାଟ୍ର ମୂଲ୍ୟ ୪୪ ଲକ୍ଷ ୬୩ ହଜାର ୬୪୨ ଟଙ୍କା ରେକର୍ଡରେ ଦର୍ଶାଯାଇଛି। ଏହାବ୍ୟତୀତ ୧୫ଲକ୍ଷ ୭୪ହଜାର ୪୮୫ ଟଙ୍କାର ପାଣିଶାଳିଆସ୍ଥିତ ଦୁଇମହଲା ଘର, ୨ଲକ୍ଷ ୭୨ହଜାର ୩୪୮ ଟଙ୍କାର ସାତପୁରା ଓ ପାଣିଶାଳିଆରେ ଥିବା ୬ଟି ପ୍ଲଟ୍, ୬ଲକ୍ଷ ୨୨ହଜାର ୩୭୭ ଟଙ୍କାର ଏକ କାର୍, ୯୫ହଜାର ୭୩୧ ଟଙ୍କା ମୂଲ୍ୟର ଦୁଇଟି ବାଇକ୍, ବିଭିନ୍ନ ବ୍ୟାଙ୍କରେ ୨୧ ଲକ୍ଷ ୧୩ ହଜାର ୬୫୨ ଟଙ୍କାର ଜମାରାଶି, ୧ ଲକ୍ଷ ୮୮ ହଜାର ୮୪୮ ଟଙ୍କାର ବୀମା ପଲିସି, ୯ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ୬ ହଜାର ନଗଦ ଟଙ୍କା, ୨ ଲକ୍ଷ ୭ ହଜାର ଟଙ୍କା ମୂଲ୍ୟର ଘରୋଇ ଆସବାବପତ୍ରକୁ ରେକର୍ଡଭୁକ୍ତ କରାଯାଇଛି। ଏବେ ବି ତଦନ୍ତ ଚାଲିଥିବାରୁ ଅଧିକ ସମ୍ପତ୍ତି ମିଳିବା ନେଇ ଭିଜିଲାନ୍ସ ଆଶା ରଖିଛି।
The post ଭିଜିଲାନ୍ସ ପଞ୍ଝାରେ ମହିଳା କୋଟିପତି ଅଧିକାରୀ first appeared on Sambad.
from ଜିଲ୍ଲା – Sambad https://ift.tt/2JuNAkv
0 Comments