ଖୋର୍ଦ୍ଧା: ରେଳ ଧାରଣା ପାଖରୁ ଆଜି ମିଳିଛି ମା’-ଝିଅଙ୍କ ମୃତଦେହ। ଖୋର୍ଧା ଜିଲ୍ଲାର ଟାଙ୍ଗୀ ପୁଲିସ ସୀମା ଅନ୍ତର୍ଗତ ଅଭିମାନପୁର ଗ୍ରାମ ନିକଟରେ ଥିବା ରେଳ ଧାରଣାର ନିକଟରେ ଜଣେ ମହିଳା ଓ ଶିଶୁ କନ୍ୟାର ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଛି।

ଶେଷ ରିପୋର୍ଟ ଆସିବା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ଯଦିଓ ଟ୍ରେନରେ ଧକ୍କା ହେବା ପରେ ଦୁହିଁଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି, ତଥାପି ଘଟଣାଟି ଦୁର୍ଘଟଣା ନା ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ।

ସୂଚନା ପାଇବା ପରେ ଟାଙ୍ଗି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

The post ରେଳ ଧାରଣା ପାଖରୁ ମିଳିଲା ମା’-ଝିଅଙ୍କ ମୃତଦେହ first appeared on Sambad.



from ଜିଲ୍ଲା – Sambad https://ift.tt/3qzkrFF