
ରାଉରକେଲା : ଦିନକୁ ଦିନ ବଢ଼ି ଚାଲିଥିବା ସାଇବର ଅପରାଧ ପୁଲିସର ମୁଣ୍ଡବ୍ୟଥାର କାରଣ ସାଜିଛି। ସାଇବର ଅପରାଧୀ ଠକିବାକୁ ଭିନ୍ନ ଭିନ୍ନ ତରିକା ଆପଣଉଥିବାରୁ ସେମାନଙ୍କୁ ଧରିବା ପୁଲିସ ପାଇଁ ବଡ ଚାଲେଞ୍ଜ ହୋଇଛି। ସାଇବର ଅପରାଧ ରୋକିବା ଓ ସେମାନଙ୍କ କଳା କୌଶଳକୁ ଧରିବାକୁ ଆଜି ଚାରିଟି ପୁଲିସ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କୁ ନେଇ ସାଇବର ତଦନ୍ତ ସମ୍ପର୍କିତ ସ୍ବତନ୍ତ୍ର ପ୍ରଶିକ୍ଷଣ ଶିବିର ବାସନ୍ତୀ କଲୋନିସ୍ଥିତ ଏସ୍.କେ.ଡିଏଭି ପଲିଟେକ୍ନିକ୍ ସମ୍ମିଳନୀ କକ୍ଷରେ ଆରମ୍ଭ ହୋଇଛି। ପ୍ରଶିକ୍ଷଣ ଶିବିର ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ।
ବରିଷ୍ଠ ପୁଲିସ ଅଧିକାରୀଙ୍କୁ ପାଠ ପଢାଇଲେ ସାଇବର ଏକ୍ସପର୍ଟ l ଶିବିରରେ ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ, ରାଉରକେଲା ଏସ୍ପି କେ. ଶିବା ସୁବ୍ରମଣିଙ୍କ ସମେତ ସୁନ୍ଦରଗଡ, ରଉରକେଲା , ଦେବଗଡ, କେନ୍ଦୁଝର ପୁଲିସ ଜିଲ୍ଲାର ଡିଏସ୍ପି, ଥାନା ଅଧିକାରୀ ଯୋଗ ଦେଇଛନ୍ତି। ହାଇଦ୍ରାବାଦସ୍ଥିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ପୁଲିସ ଏକାଡେମୀର ଦୁଇଜଣ ସାଇବର ଏକ୍ସପର୍ଟ ପ୍ରଶିକ୍ଷଣ ଦେଉଛନ୍ତି। ସାଇବର ଠକକୁ ଧରିବାକୁ ତଦନ୍ତ କେମିତି ହେବା ଦରକାର, କେଉଁ କେଉଁ ଦିଗ ପ୍ରତି ଗୁରୁତ୍ବ ଦେବା ଆବଶ୍ୟକ ଆଦି ବିଷୟ ଉପରେ ପାଠ ପଢ଼ାଉଛନ୍ତିl କେବଳ ତଦନ୍ତ ନୁହେଁ ଅତ୍ୟାଧୁନିକ୍ ଟେକ୍ନିକ୍ ପଦ୍ଧତି ସଂକ୍ରାନ୍ତରେ ମଧ୍ୟ ଆଲୋଚନା କରିଛନ୍ତି। ବିଶେଷ କରି ଏଟିଏମ୍ ଠକେଇ, କୌନ୍ ବନେଗା କରୋଡପତି ଲକି ଡ୍ର, ବିଭିନ୍ନ ପ୍ରକାର ଲଟେରି , ଫେସ୍ବୁକ୍, ୱାଟ୍ସଆପ୍ ଲିଙ୍କ୍, ମୋବାଇଲ ଟାୱାର ସ୍ଥାପନା ଆଦି ଜରିଆରେ ଲକ୍ଷ ଲକ୍ଷ ଠକି ନେଉଥିବା ସାଇବର ଠକମାନଙ୍କୁ କିପରି ଧରିବାକୁ କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେବାକୁ ହେବ ସେ ସମ୍ପର୍କରେ କହିଥିଲେ।
The post ସାଇବର ଅପରାଧୀଙ୍କୁ ଧରିବାକୁ ପାଠ ପଢୁଛନ୍ତି ପୁଲିସ ଅଧିକାରୀ first appeared on Sambad.
from ଜିଲ୍ଲା – Sambad https://ift.tt/3gRCKBh
0 Comments