କାମାକ୍ଷାନଗର: ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବାଲିଗୋରଡ ପଞ୍ଚାୟତସ୍ଥିତ ତାଳଗୋରଡ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଗ୍ରାମର ଅଦୈତ ନାୟକ(୨୬)ନାମକ ଜଣେ ଯୁବକଙ୍କ ମୃତଦେହ ବୁଧବାର ଅପରାହ୍ନରେ ବାଲିଗୋରଡ ଖଟଖୁରା ରାସ୍ତାର ଏକ କୂଅରୁ ଉଦ୍ଧାର ହୋଇଛି।

ଅଦୈତ ଟେଣ୍ଟ ହାଉସରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି । ସେ ମଙ୍ଗଳବାର କାମ କରିବାକୁ ଯାଇ ଆଉ ଘରକୁ ଫେରିନଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କୁ ପାଇନଥିଲେ। ଶେଷରେ କୂଅରେ ମୃତଦେହ ପଡିଥିବାର ଦେଖି କିଛି ଲୋକ ସୂଚନା ଦେବାରୁ ଦମକଳ ବାହିନୀ ଆସି ମୃତଦେହ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲା। ଖବର ପାଇ ପୁଲିସ୍‌ ମୃତଦେହ ଜବତ କରି  ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ଏପଟେ ଆଜି ସକାଳୁ ଏହାକୁ ନେଇ ବାଇସିଙ୍ଗା ଗାଁ ଛକରେ ପରିବାର ଲୋକେ ଓ ଗ୍ରାମବାସୀମାନେ ଜାତୀୟ ରାଜପଥ ୫୩କୁ ଅବରୋଧ କରିଛନ୍ତି ।

 

The post କାମାକ୍ଷାନଗର: କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣି ଜାତୀୟ ରାଜପଥ ଅବରୋଧ କଲେ ସ୍ଥାନୀୟ ଲୋକେ first appeared on Sambad.



from ଜିଲ୍ଲା – Sambad https://ift.tt/3n54Z1Q