ଗାଈକୁ ଖାଇଗଲା ବାଘ!

କୋଟଗଡ଼: କନ୍ଧମାଳ ଜିଲ୍ଲା କୋଟଗଡ଼ ବନାଞ୍ଚଳ ଅଧୀନ ସାର୍ତ୍ତୁଲ୍ ସଂରକ୍ଷିତ ଜଙ୍ଗଲରେ ବାଘ ମାତିଥବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ସାର୍ତ୍ତୁଲ୍ ଗ୍ରାମର ସରୋଜ ସେନସେଟଙ୍କ ଗାଈର କ୍ଷତାକ୍ତ ଶବ ମିଳିବା ପରେ ଗାଈଟି ବାଘର ଶିକାର ହୋଇଥିବା ସେମାନେ ସନ୍ଦେହ କରୁଛନ୍ତି। ଏହା ସହ ଶବ ପାଖରେ ବାଘର ପାଦ ଚିହ୍ନ ମଧ୍ୟ ଦେଖିବାକୁ ମିଳିଛି ବୋଲି ସେମାନେ କହିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଇଲାକାରେ କୋକୁଆ ଭୟ ଖେଳିଯାଇଛି। କାରଣ ସାର୍ତ୍ତୁଲ୍ ଗ୍ରାମ ଜଙ୍ଗଲ ଓ ପାହାଡ଼ ଘେରା ଉପାନ୍ତ ଇଲାକା। ବର୍ତ୍ତମାନ ଗ୍ରାମର ଲୋକେ ବଜାର କରିବାକୁ କୋଟଗଡ଼ ଆସିବାକୁ ଭୟ କରୁଛନ୍ତି। ସେହିପରି ଗାଈକୁ ବାଘ ମାରିଥିବା ଅଭିଯୋଗ ଆଣି ସରୋଜ ବନାଞ୍ଚଳ ଅଧିକାରୀଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି। ବନାଞ୍ଚଳ ଅଧିକାରୀଙ୍କ ଦାୟିତ୍ୱରେ ଥିବା ପ୍ରସନ୍ନ କୁମାର ପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ଅଭିଯୋଗ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ତେବେ ଅନୁଧ୍ୟାନ ପରେ ହିଁ ପାଦ ଚିହ୍ନ ବାଘର ନା ଅନ୍ୟ କୌଣସି ବନ୍ୟଜନ୍ତୁର ଏ ନେଇ ସ୍ପଷ୍ଟ ଜଣାପଡ଼ିବ।

The post ଗାଈକୁ ଖାଇଗଲା ବାଘ! first appeared on Sambad.



from ଜିଲ୍ଲା – Sambad https://ift.tt/3oDsqzt

Post a Comment

0 Comments