ମହାକାଳପଡ଼ା: କରୋନା ଯୋଗୁଁ ପରିସ୍ଥିତି ଚକ୍ରରେ ଅନେକ ଲୋକଙ୍କ ଜୀବିକା ବଦଳିଯାଇଛି। ଏହାର ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ମହାକାଳପଡ଼ା ବ୍ଲକ ତିଖିରୀ ପଂଚାୟତର ଧନିଆପଡ଼ା ଗ୍ରାମରେ। ଗ୍ରାମର ସୁବଳ ଚନ୍ଦ୍ର ବେହେରା (୩୬) ଗୁଜୁରାଟର ସୁରତ ସହରରେ ସୂତାକଳ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ସେଠାରେ ମାସିକ ୧୭ ହଜାର ଟଙ୍କା ରୋଜଗାର କରୁଥିଲେ। ମାତ୍ର କରୋନା ଆସିବା ପରେ ଗତ ଏପ୍ରିଲ ମାସରେ ସେ ନିଜ ଘରକୁ ଫେରି ଆସିଥିଲେ।

Sambad

ଘରେ ଦୀର୍ଘଦିନ ଧରି ରହିବା ପରେ ନିଜ ପାଖରେ ଥିବା ଗଚ୍ଛିତ ଅର୍ଥ ସରିଯାଇଥିଲା। ଅପରପକ୍ଷେ ମୁଣ୍ତ ଉପରେ ପରିବାରର ଚାରିପ୍ରାଣୀଙ୍କ ବୋଝ ସାଙ୍ଗକୁ ବେରୋଜଗାରୀ ଚିନ୍ତା। ଶେଷରେ ସେ ଆଉ ସୁରତ ନ ଯାଇ ନିଜର ବୃତ୍ତି ବଦଳାଇବା ପାଇଁ ନିଷ୍ପତ୍ତି ନେଲେ। ନିଜ ପତ୍ନୀ ସଦସ୍ୟା ଥିବା ଏକ ମହିଳା ସ୍ବୟଂସହାୟିକା ଗୋଷ୍ଠୀରୁ ସୁବଳ କିଛି ଟଙ୍କା ସୁଧିଆ ଆଣି ଗାଁ ମୁଣ୍ତ ଛକରେ ଏକ କ୍ୟାବିନ ପକାଇ ପାନ ଦୋକାନଟିଏ ଖୋଲିଛନ୍ତି। ଏଥିରୁ ମିଳୁଥିବା ସ୍ବଳ୍ପ ଲାଭାଂଶରେ ପରିବାର ଚଳାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

The post କରୋନ କାହାଣୀ; ସୂତାକଳ ମିସ୍ତ୍ରିରୁ ପାନ ଦୋକାନୀ first appeared on Sambad.



from ଜିଲ୍ଲା – Sambad https://ift.tt/3afIXFX