ବାଲିଆପାଳ: ଦିଅର-ଭାଉଜଙ୍କ ଅବୈଧ ସଂପର୍କ ଦେଖିବା ଘଟଣା ଭାଣିଜୀ ପାଇଁ କାଳ ହେଲା। ଏଥିଲାଗି ନିଜ ଭାଣିଜୀର ଗଳା କାଟି ହତ୍ୟା କରିଲେ ମାମୁ। ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଯମ୍ଭୀରାଇ ପଞ୍ଚାୟତର ସୁନ୍ଦରକୁଲି ଗାଁରେ। ଅଭିଯୁକ୍ତ ମାମୁ ଦୀପକ ସାହୁ ଏକଥା ସ୍ବୀକାର କରିଥିବା ଜଣାଯାଇଛି। ସେ ଭାଉଜଙ୍କର ସହାୟତାରେ ଏହି କାଣ୍ଡ ଘଟାଇଥିବା କହିଛନ୍ତି।
ସୂଚନାଯୋଗ୍ୟ, ସୁନ୍ଦରକୁଲି ଗ୍ରାମର ବଳରାମ ପାତ୍ରଙ୍କ ଝିଅ ବିଷ୍ନୁପ୍ରିୟା ଶୁକ୍ରବାର ସକାଳଠାରୁ ନିଖୋଜ ହୋଇଯାଇଥିଲା। ଘରଲୋକେ ବହୁ ଖୋଜାଖୋଜି କରିଥିଲେ ବି ବିଷ୍ଣୁପ୍ରିୟାକୁ ପାଇନଥିଲେ। ଶେଷରେ ବାପା ଗତକାଲି ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।
ତିନି ଦିନ ତଳେ ନିଖୋଜ ହୋଇଥିବା ସାତ ବର୍ଷର ନାବାଳିକା ବିଷ୍ଣୁପ୍ରିୟାର ମୃତ ଦେହ ଆଜି ଏକ ପୋଖରୀ ହୁଡ଼ାରୁ ଉଦ୍ଧାର ହୋଇଥିଲା। ପୁଲିସ ଏହି ଘଟଣାରେ ବିଷ୍ଣୁପ୍ରିୟାର ମାମୁ ଦୀପକ ସାହୁଙ୍କୁ ଅଟକ ରଖି ତଦନ୍ତ ଚଳାଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ସୁନ୍ଦରକୁଲି ଗାଁରେ ଉତ୍ତେଜନା ଲାଗିରହିଛି। ଏଣେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଗୋଟିଏ ପ୍ଲାଟୁନ ପୁଲିସ ଫୋର୍ସ ସେଠାରେ ମୁତୟନ କରାଯାଇଛି।
The post ଭାଣିଜୀ ପାଇଁ କାଳ ହେଲା ଦିଅର-ଭାଉଜଙ୍କ ଅବୈଧ ସଂପର୍କ, ଚାଲିଗଲା ଜୀବନ first appeared on Sambad.
from ଜିଲ୍ଲା – Sambad https://ift.tt/34bCgRn
0 Comments