
ରାଉରକେଲା: ପରୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ରାଉରକେଲାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି କି ଗତ ଦୁଇବର୍ଷରେ ରାଜ୍ୟରେ ୫ ହଜାରରୁ ଅଧୁକ ଶିଶୁ ନିଖୋଜ ଅଛନ୍ତି। ସରକାରଙ୍କ ଅବହେଳା ଯୋଗୁ ଶିଶୁ ନିଖୋଜ ହେବାରେ ଲାଗିଛନ୍ତି। ପରୀ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ମନ୍ତ୍ରୀ ଅରୁଣ ସାହୁ ସୁରକ୍ଷା ଦେଉଥିବା ସେ କହିଛନ୍ତି। ସମୀର ମହାନ୍ତି ପରୀ ଘଟଣାର ସିବିଆଇ ତଦନ୍ତ ସହ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛନ୍ତି।
The post ପରୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ରାଜ୍ୟ ସଭାପତି first appeared on Sambad.
from ଜିଲ୍ଲା – Sambad https://ift.tt/3acqM45
0 Comments