
ମାଲକାନଗିରି: ଆଜି ପୁଣି ନକ୍ସଲମାନେ ଭିଆଇଛନ୍ତି ବର୍ବର କାଣ୍ଡ। ଆନ୍ଧ୍ର- ଓଡ଼ିଶା ସୀମାନ୍ତ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ଜଣକୁ ପୁଲିସ ଇନଫର୍ମର କହି ହାତକୁ ବାନ୍ଧି ମୁଣ୍ଡ ପଛରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ମାରି ଦେଇଛନ୍ତି। ସେ ହେଉଛନ୍ତି ଆନ୍ଧ୍ର ପ୍ରଦେଶ ବିଶାଖାପାଟନମ ଜିଲ୍ଲାର ପେଦାବାଇଲୁ ବ୍ଲକର ବିନିଲକୋଟା ପଞ୍ଚାୟତ ଅନ୍ତର୍ଗତ ଚିନ୍ତାଗୁରୁ ଗ୍ରାମର ସତୀଶ ବାବୁ।
ତାଙ୍କୁ କରୁକୋଣ୍ଡାଦଲମ ମାଓବାଦୀମାନେ ହତ୍ୟା କରିଛନ୍ତି। ସତୀଶ ବାବୁଙ୍କୁ ଗତକାଲି ରାତି ପ୍ରାୟ ଦୁଇଟା ବେଳେ କୋଡ଼ିଏରୁ ଉର୍ଦ୍ଧ୍ବ ମାଓବାଦୀ ଆସି ଘରୁ ଡାକି ନେଇ ଚିନ୍ତାଗୁରୁ ଗାଁ ମୁଣ୍ଡରେ ହତ୍ୟା କରିଥିଲେ ଏବଂ ଘଟଣା ସ୍ଥଳରେ ଏକ ଚିଠି ଛାଡ଼ିଥିଲେ। ମାଓବାଦୀମାନେ ଚିଠିରେ ସତୀଶ ବାବୁଙ୍କୁ ପୁଲିସ ଇନଫର୍ମର ଓ ଗଞ୍ଜେଇ ବ୍ୟବସାୟ କରିବା ଏବଂ ଆଦିବାସୀଙ୍କୁ ହଇରାଣ କରୁଥିବାରୁ ହତ୍ୟା କରିଥିବାର ଦର୍ଶାଇଛନ୍ତି।
The post ନକ୍ସଲଙ୍କ ବର୍ବର କାଣ୍ଡ: ଘରୁ ଡାକି ନେଇ ଗାଁମୁଣ୍ଡରେ ଜଣଙ୍କୁ ହତ୍ୟା କଲେ first appeared on Sambad.
from ଜିଲ୍ଲା – Sambad https://ift.tt/2JmOr6U
0 Comments