ସୁନ୍ଦରଗଡ଼/ଦେବଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭୋରରୁ ସୁନ୍ଦରଗଡ଼ ଜନ ସ୍ବାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନଙ୍କ ସରକାରୀ ବାସଭବନ ସମେତ ଦେବଗଡ଼, ଅନୁଗୁଳ ଜିଲ୍ଲାର ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଛି। ଏସବୁ ସ୍ଥାନର ଜମି, ସୁନାଗହଣା, ବୀମା, ଗାଡ଼ି, ଫାର୍ମହାଉସ, କୋଠାର ମୂଲ୍ୟ ଆକଳନ ଚାଲିଥିବା ବେଳେ ପ୍ରାୟ ଦେଢ଼ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହେବାର ଅନୁମାନ କରାଯାଉଛି ବୋଲି ଭିଜିଲାନ୍ସ ଟିମ୍‌ ପ୍ରକାଶ କରିଛି।

ଆଜି ଭୋର୍ ୪ଟାରେ ଯନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସୁନ୍ଦରଗଡ଼ ଏଡିବି କଲୋନିସ୍ଥିତ ୭ ନମ୍ବର ବାସ ଭବନରେ ସୁନ୍ଦରଗଡ଼ ଭିଜିଲାନ୍ସ ଡିଏସପି ବୀରେନ୍ଦ୍ର ନାଏକଙ୍କ ନେତୃତ୍ବରେ ଭିଜିଲାନ୍ସ ଚଢ଼ଉ କରିଥିଲା। ଏହା ମଧ୍ୟରେ ସମ୍ବଲପୁରରେ ୪୧ ଲକ୍ଷର ୩୩ ଡିସମିଲ ଜମି, ଭୁବନେଶ୍ୱର ଜଟଣୀରେ ୯ ଡିସମିଲ ଜମି ସହ ଦେବଗଡ଼ ଜିଲା କେନ୍ଦୁଘାଟରେ ପ୍ରାୟ ୪୦ ଏକର ଜମିରେ ବିଶାଳ ଫାର୍ମହାଉସ ଓ ୨ ମହଲା କୋଠା ଠାବ ହୋଇଛି। ସେହିପରି ପୁଅ ନାମରେ ମଧ୍ୟ ଜମି ରହିଥିବା ଭିଜିଲାନ୍ସ ସୂଚନା ଦେଇଛି ।

The post ଭିଜିଲାନ୍ସ ଜାଲରେ କୋଟିପତି ସହକାରୀ ଯନ୍ତ୍ରୀ first appeared on Sambad.



from ଜିଲ୍ଲା – Sambad https://ift.tt/3gUr1Ce