
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ଅଧିକାଂଶ ଅଞ୍ଚଳ ପାହାଡିଆ ଅଞ୍ଚଳ ହୋଇଥିବା ବେଳେ ପାରଳାଖେମୁଣ୍ଡି ସହର ଏବଂ କାଶୀନଗର ଅଞ୍ଚଳକୁ ଛାଡିଦେଲେ ଅନ୍ୟସବୁ ଅଞ୍ଚଳ ଗୁଡିକରେ ଥଣ୍ଡାର ପ୍ରଭାବ ଜାରି ରହିଥିବା ଦେଖିବାକୁ ମିଳେ। ଗଜପତି ଜିଲାର ସେରଙ୍ଗ, ରା.ଉଦୟଗିରି, ତୁମୁଳ, ଜିରାଙ୍ଗ, ରାମଗିର, ଲୋବା, ମହେନ୍ଦ୍ରଗିରି ଅଞ୍ଚଳରେ ଅଧିକ ଶୀତର ପ୍ରକୋପ ବର୍ଷ ସାରା ରହିଥାଏ। ବିଶେଷ କରି ଏହି ଅଞ୍ଚଳ ଗୁଡିକରେ ବର୍ଷସାରା ଥଣ୍ଡା ଜାରି ରହୁଥିବା ବେଳେ ଅକ୍ଟୋବର ମାସ ପହିଲାରୁ ଫେବ୍ରୁଆରୀ ମାସ ପର୍ଯ୍ୟନ୍ତ ପାରଳାଖେମୁଣ୍ଡି ସହର ସମେତ କାଶୀନଗର ଅଞ୍ଚଳରେ ଶୀତର ଲହରୀ ଦେଖିବାକୁ ମିଳେ ।
ଗତ ଏକ ସପ୍ତାହକ ମଧ୍ୟରେ ପାରଳା ସହରରେ ଶୀତର ପ୍ରକୋପ ଅଧିକ ରହିଥିବା ବେଳେ ସନ୍ଧ୍ୟା ୪ଟା ପରେ ଜାଡ ଆରମ୍ଭ ହେଉଥିବା ଦେଖିବାକୁ ମିଳୁଛି। ପୂର୍ବାହ୍ନ ୧୦ ଘଣ୍ଟା ପର୍ଯ୍ୟନ୍ତ ଏହାର ପ୍ରଭାବ ସହରରେ ରହିଥିବା ବେଳେ ପାହାଡିଆ ଅଞ୍ଚଳରେ କିନ୍ତୁ ସୂର୍ଯ୍ୟ ଆସିବା ପରେ ମଧ୍ୟ ଥଣ୍ଡାର ପ୍ରକୋପ କମିବାରେ ନାଁ ନେଉନାହିଁ। ଗତ ଏକ ସପ୍ତାହ ଧରି ପାରଳା ସହରର ସର୍ବନିମ୍ନ ତାପମାତ୍ର ୧୬ ଡିଗ୍ରି ଓ ସର୍ବୋଚ୍ଚ ତାପମାତ୍ରା ୨୧ ଡ଼ିଗ୍ରି ମଧ୍ୟରେ ରହିଛି।
The post ଗଜପତିରେ ଶୀତ ଲହରୀ, ଦିନ ୧୦ଟା ପର୍ଯ୍ୟନ୍ତ ଘନ କୁହୁଡ଼ି first appeared on Sambad.
from ଜିଲ୍ଲା – Sambad https://ift.tt/37ATsSu
0 Comments