
ପୁରୀ: ପୁରୀ ଜିଲ୍ଲାର ସତ୍ୟବାଦୀ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳୁଗୁମୁ ପଞ୍ଚାୟତ ଜିପୁର ଗ୍ରାମରେ ବିଲ ମଝିରେ ଯୁବକ-ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି। ଉଭୟ ମୃତକ ପ୍ରଧାନ ସାହିର ବୋଲି ଜଣାଯାଇଛି। ତେବେ ଯୁବକଙ୍କର ହାତ ବନ୍ଧା ହୋଇଥିବା ଦେଖିବାକୁ ମିଳିଛି।
ହତ୍ୟା ପରେ ଗଛରେ ଟାଙ୍ଗି ଦିଆଯାଇଥିବା ଅଭିଯୋଗ ହେଉଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଏହି ତଦନ୍ତ ଆଗେଇବ ବୋଲି ଜଣାଯାଇଛି।
The post ବିଲ ମଝିରେ ଯୁବକ-ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ first appeared on Sambad.
from ଜିଲ୍ଲା – Sambad https://ift.tt/3mS8Mi9
0 Comments