
ଫୁଲନଖରା: ଡକାୟତି ଯୋଜନା କରୁଥିବା ସଦର ଥାନା ପୁଲିସ ଚଢ଼ାଉ କରି ଏକ ଡକାୟତ ଗ୍ୟାଙ୍ଗ୍ର ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଶଙ୍କୁଡ଼ ଗ୍ରାମର ରବି ପ୍ରଧାନଙ୍କ ପୁଅ ନରେନ୍ଦ୍ର(୧୭), ସେଇ କୋଦଳା ଥାନା ଅନ୍ତର୍ଗତ ଲଛିପୁର ମାଟିଆସାହିର ରଘୁନାଥ ପ୍ରଧାନଙ୍କ ପୁଅ ସନ୍ତୋଷ(୨୦) ଓ ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ସୁବଳପୁର ମାଟିଆସାହିର ରତ୍ନାକର ପ୍ରଧାନଙ୍କ ପୁଅ ସୋମନାଥ ପ୍ରଧାନ ଓରଫ ସୋମୁ (୧୯)। ଅନ୍ୟ ଦୁଇ ଡକାୟତ ଘଟଣାସ୍ଥଳରୁ ଖସି ପଳାଇଛନ୍ତି। ଗିରଫ ହୋଇଥିବା ଦୁର୍ବୃତ୍ତଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ଦୁଇଟି ଭୁଜାଲି, ଏକ କଳାରଙ୍ଗର ବଜାଜ ପଲସର ଓ ଗୋଟିଏ ମୋବାଇଲ ଫୋନ ଜବତ ହୋଇଛି।
ଏହେି ଡକାୟତମାନେ ମଙ୍ଗଳବାର ବିଳମ୍ବିତ ରାତିରେ ଗୋପାଳପୁର ତାରିଣୀ ବିଦ୍ୟାପୀଠ ଖେଳପଡ଼ିଆରେ ବସି ଡକାୟତି ପାଇଁ ଯୋଜନା କରୁଥିଲେ। କୌଣସି ସୂତ୍ରରୁ ଖବର ପାଇ ପୁଲିସ ଟିମ୍ ସେଠାରେ ଅତର୍କିତ ଚଢ଼ାଉ କରିଥିଲା। ଡକାୟତଙ୍କ ଭିତରୁ ୩ଜଣଙ୍କୁ ପୁଲିସ କାବୁ କରି ନେଇଥିବାବେଳେ ଅନ୍ୟ ଦୁଇଜଣ ଖସି ଯାଇଥିଲେ। ଆଜି ଗିରଫମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ସୁଧା˚ଶୁ ଭୂଷଣ ଜେନା କହିଛନ୍ତି।
The post ଡକାୟତି ଯୋଜନା ବେଳେ ୩ ଗିରଫ, ବନ୍ଧୁକ ଜବତ first appeared on Sambad.
from ଜିଲ୍ଲା – Sambad https://ift.tt/35cYRO7
0 Comments