ବିଂଝାରପୁର : ବହୁଚର୍ଚ୍ଚିତ ୨ବର୍ଷର ଶିଶୁକନ୍ୟା ଶୁଭଲକ୍ଷ୍ମୀ ନାୟକ(ପିହୁ) ନିଖୋଜ ଘଟଣା ସାରାରାଜ୍ୟରେ ଆଲୋଡ଼ନ ଖେଳାଇଥିଲା। ନିଖୋଜକୁ ୬ ମାସ ବିତିଥିଲେ ମଧ୍ୟ ପିହୁର ପତ୍ତା ମିଳିନି ଘଟଣା ଉପରୁ ପରଦା ହଟିନି। ଏଭଳି ସ୍ଥିତିରେ ଆଜି ପିହୁର ପରିବାର ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ଭୁବନେଶ୍ବରସ୍ଥିତ ବାସଭବନକୁ ଯାଇ ଧାରଣାରେ ବସିଥିଲେ। ହେଲେ ସେଠାରେ ମନ୍ତ୍ରୀଙ୍କୁ ନପାଇ ନିରାଶ ହୋଇଫେରିଛନ୍ତି। ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷାଙ୍କୁ ଭେଟି ଆଲୋଚନା କରିବା ସହ ବିଂଝାରପୁର ଓ ଯାଜପୁର ପୁଲିସ ଉପରେ ଭରସା ନଥିବା କହି ଘଟଣାର ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି।

ଆଜି ପିହୁର ମା’ ମୋନାଲିସା ନାୟକ, ଆଇ କବିତା ନାୟକ, ଦେବେନ୍ଦ୍ର ସାମଲ, ପ୍ରଭାସ ସାମଲ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ଭୁବନେଶ୍ବରସ୍ଥିତ ବାସଭବନ ସମ୍ମୁଖରେ ପୂର୍ବାହ୍ଣ ୧୦ଟାରୁ ଧାରଣାରେ ବସିଥିଲେ। ମନ୍ତ୍ରୀ ଅନୁପସ୍ଥିତ ଥିବାରୁ ଦୀର୍ଘ ୩ ଘଣ୍ଟାପରେ ତାଙ୍କ ସେକ୍ରେଟାରି ଏହି ପରିବାରକୁ ବୁଝାସୁଝାକରି ଧାରଣାରୁ ଉଠାଇଥିଲେ। ପରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ପିହୁର ମା’ଙ୍କୁ ବୁଝାସୁଝା କରିଥିଲେ। ତେବେ, ୭ଦିନ ମଧ୍ୟରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ନଦେଲେ ବିଧାନସଭା ସମ୍ମୁଖରେ ଧାରଣାରେ ବସିବେ ବୋଲି ପିହୁର ପରିବାର ପକ୍ଷରୁ ଚେତାବନୀ ଦେଇଥିବା ଜଣାପଡ଼ିଛି।

The post ମନ୍ତ୍ରୀଙ୍କୁ ନ ପାଇ ଫେରିଲେ ପିହୁ ପରିବାର first appeared on Sambad.



from ଜିଲ୍ଲା – Sambad https://ift.tt/3pwDPlF