
କଟକ : ଓଡ଼ିଶା ପୁଲିସରେ କାର୍ଯ୍ୟରତ ୯ ଜଣ ଡିଏସ୍ପିଙ୍କୁ ଅତିରିକ୍ତ ଏସପି ପାହ୍ୟାକୁ ପଦୋନ୍ନତି ଦିଆଯିବା ସହ ଅନ୍ୟତ୍ର ବଦଳି କରାଯାଇଛି। ରାଜ୍ୟ ପୁଲିସ ଏଷ୍ଟାବ୍ଲିସମେଣ୍ଟ ବୋର୍ଡର ନିଷ୍ପତ୍ତି ଅନୁଯାୟୀ ରାୟଗଡ଼ା ଆଇୟୁସିଏଡବ୍ଲୁ ଡିଏସ୍ପି ଶଙ୍କରୀ ପ୍ରସାଦ ଦ୍ୱିବେଦୀଙ୍କୁ ଗୁଣୁପୁର, କ୍ରାଇମବ୍ରାଞ୍ଚର ପ୍ରଶାନ୍ତ କୁମାର ବିଶୋୟୀଙ୍କୁ କଟକ କ୍ରାଇମବ୍ରାଞ୍ଚ, ଜଗତସିଂହପୁର ଡିଏସ୍ପି ସ୍ୱପ୍ନରଞ୍ଜନ ମହାପାତ୍ରଙ୍କୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନିରାପତ୍ତାର ଅତିରିକ୍ତ ଏସ୍ପି, ଗୁଇନ୍ଦା ସଂସ୍ଥା ଡିଏସ୍ପି ନରହରି ନାୟକଙ୍କୁ ସେହିଠାରେ ଅତିରିକ୍ତ ଏସ୍ପି, ଗୁଇନ୍ଦା ସଂସ୍ଥା ଡିଏସ୍ପି ବୃନ୍ଦାବନ ଘଡାଇଙ୍କୁ ଏସ୍ଓଜିର ଅତିରିକ୍ତ ଏସ୍ପି ଭାବେ ବଦଳି କରାଯାଇ ଭୁବନେଶ୍ୱର ଏସଆଇଡବ୍ଲୁକୁ ଡେପୁଟେସନରେ ପଠାଯିବ। ଯାଜପୁର ଡିଏସ୍ପି ନାରାୟଣ ଚନ୍ଦ୍ର ବାରିକଙ୍କୁ ପଦୋନ୍ନତି ପରେ ସେହିଠାରେ ଅତିରିକ୍ତ ଏସ୍ପି, ସମ୍ବଲପୁର ଡିଆଇବି ଡିଏସ୍ପି ବିକ୍ରମ କେଶରୀ ଭୋଇଙ୍କୁ ରାଉରକେଲା ଅତିରିକ୍ତ ଏସ୍ପି, କମିସନରେଟ ଏସିପି ପ୍ରଫୁଲ୍ଲ ଚନ୍ଦ୍ର ବଡ଼ଜେନାଙ୍କୁ ପୁରୀ ଅତିରିକ୍ତ ଏସ୍ପି, ଗଜପତି ପିସିଆର୍ ସେଲ୍ ଡିଏସ୍ପି ଅନୀଲ କୁମାର ପ୍ରଧାନଙ୍କୁ ତାଳଚେର ଅତିରିକ୍ତ ଏସପି, ବାଲେଶ୍ୱର ଆଇୟୁସିଏଡବ୍ଲୁ ଡିଏସପି ସଂଗ୍ରାମ କେଶରୀ ବେହେରାଙ୍କୁ ରାଉରକେଲା ଆଇୟୁସିଏଡବ୍ଲୁର ଅତିରିକ୍ତ ଏସ୍ପି, କୋରାପୁଟ ଆଇୟୁସିଏଡବ୍ଲୁ ଡିଏସ୍ପି ବିମଳକାନ୍ତ ବ୍ରହ୍ନାଙ୍କୁ ଯୋଗାଯୋଗ ଅତିରିକ୍ତ ଏସ୍ପି ଭାବେ ବଦଳି ପରେ କୋରାପୁଟକୁ ଡେପୁଟେସନ୍ରେ ପଠାଯାଇଛି।
The post ୯ ଡିଏସ୍ପିଙ୍କୁ ଅତିରିକ୍ତ ଏସ୍ପି ପାହ୍ୟାକୁ ପଦୋନ୍ନତି ଓ ବଦଳି first appeared on Sambad.
from ଜିଲ୍ଲା – Sambad https://ift.tt/351GA6e
0 Comments