
ଯାଜପୁର: ଶୁକ୍ରବାର ସକାଳେ ସଦର ଥାନା ଅନ୍ତର୍ଗତ କେତକିଆ ଛକ ନିକଟରେ ଟ୍ରକ୍ ଚଢ଼ିଯିବାରୁ ସକାଳ ବୁଲାରେ ଯାଉଥିବା ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଛି।
ମୃତ ଯୁବତୀଜଣକ ହେଉଛନ୍ତି ବର୍ଷାରାଣୀ ଜେନା। ସକାଳେ ବାନ୍ଧବୀମାନଙ୍କ ସହ ସେ ସକାଳ ବୁଲାରେ ଯାଉଥିଲେ। ଏହି ସମୟରେ ‘ଚିପ୍ସ୍’ ନେଇ ଆସୁଥିବା ‘ଓଆର୍-୦୪ଏଚ୍-୭୨୭୪’ ନମ୍ବରଧାରୀ ଏକ ଟ୍ରକ୍ ପଛପଟୁ ଧକ୍କା ଦେଇ ତାଙ୍କ ଉପରେ ଚଢ଼ିଯାଇଥିଲା।
ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। କିନ୍ତୁ, ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ବର୍ଷାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ୍ ଯୋଗେ ଯାଜପୁର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ସେଠାକାର ଡାକ୍ତରମାନେ ଘୋଷଣା କରିଥିଲେ।
ଦୁର୍ଘଟଣା ଘଟାଇଥିବା ଟ୍ରକ୍ର ଡ୍ରାଇଭର୍ ଓ ହେଲ୍ପର୍ ଫେରାର ହୋଇଯାଇଛନ୍ତି। ଦୁର୍ଘଟଣାସ୍ଥଳରେ କାଠଗଡ଼ ପକାଇ ଉତ୍ତେଜିତ ଲୋକେ ରାସ୍ତାରୋକ କରିଛନ୍ତି। ସଦର ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଜନତାଙ୍କୁ ବୁଝାଶୁଝା କରାଉଛନ୍ତି।
The post ଟ୍ରକ୍ ଚଢ଼ିଯିବାରୁ ‘ମର୍ଣ୍ଣିଙ୍ଗ୍ ଓ୍ଵାକ୍’ରେ ଯାଉଥିବା ଯୁବତୀ ମୃତ first appeared on Sambad.
from ଜିଲ୍ଲା – Sambad https://ift.tt/2JVeJ0h
0 Comments