
କରଞ୍ଜିଆ ଗୋଲେଇ : ପୁଅପିଲାର ଦାନ୍ତ ଉପରେ ଦାନ୍ତ ବାହାରିଲେ ଆଦିବାସୀ ହୋ ସଂପ୍ରଦାୟର ଲୋକମାନେ ତାକୁ ଅଶୁଭ ବୋଲି ବିଚାର କରନ୍ତି। ତା’ ଉପରେ ରିଷ୍ଟ ପଡ଼େ ବୋଲି କୁହାଯାଏ। ଏହି ବିପଦ ଖଣ୍ଡନ ପାଇଁ ଉକ୍ତ ବାଳକକୁ ମାଈ କୁକୁର ସହ ବିବାହ କରାଯିବାର ବିଚିତ୍ର ପରମ୍ପରା ଏବେ ବି ଉକ୍ତ ସଂପ୍ରଦାୟରେ ବଳବତ୍ତର ରହିଛି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକର ନାଉପନା ଗାଁରେ।
ଏହି ଗ୍ରାମର ଜଣେ ୫ ବର୍ଷର ଶିଶୁ ଦାନ୍ତ ଉପରେ ଦାନ୍ତ ଉଠିବା ଦେଖି ପରିବାର ଲୋକ ବିପଦ ଆଶଙ୍କା କରିଥିଲେ। ଶିଶୁଟିର ରିଷ୍ଟ ଖଣ୍ଡନ ପାଇଁ ପରମ୍ପରା ଅନୁସାରେ ଗାଁର ଏକ ପୋଷା ମାଈ କୁକୁର ସହ ତାର ବାହାଘର ଠିକ୍ ହୋଇଥିଲା। ଏଥିପାଇଁ ଶନିବାର ଗାଁରେ ପୂଜାପାଠ ହୋଇଥିଲା ଏବଂ ବରଘର ଲୋକେ ହାଣ୍ଡିଆ ନେଇ କୁକୁର କନ୍ୟା ଘରେ ପହଞ୍ଚିଥିଲେ। ସେଠାରେ କନିଆଘର ଲୋକ ବରଘର ଲୋକଙ୍କ ଗୋଡ଼ ଧୋଇଦେବା ସହ ଅତିଥି ଚର୍ଚ୍ଚା କରିଥିଲେ। ପରେ ବର ଓ କନ୍ୟା(କୁକୁର)କୁ ପୁଅଘରକୁ ଅଣାଯାଇ ବାହାଘର ସଂପନ୍ନ କରାଯାଇଥିଲା। ଉକ୍ତ ବାହାଘର ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ଶହ ଶହ ଲୋକ ରୁଣ୍ଡ ହୋଇଥିଲେ।
The post କରଞ୍ଜିଆ : ରିଷ୍ଟ ଖଣ୍ଡନ ପାଇଁ କୁକୁର ସହ ବାହାଘର! first appeared on Sambad.
from ଜିଲ୍ଲା – Sambad https://ift.tt/2KIImlJ
0 Comments