ବାଲେଶ୍ଵର: ସଦର ଥାନା ନଗ୍ରମ ନିକଟରେ ମହିଳାଙ୍କୁ ବିଭତ୍ସ ହତ୍ୟା। ପୋଲ ଉପରେ ମହିଳାଙ୍କୁ ହତ୍ୟା କରି ନାଳକୁ ଫିଙ୍ଗା ଯାଇଥିବା ଜଣାପଡ଼ିଛି। ମହିଳାଙ୍କ ମୁଣ୍ଡରେ କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇବା ବେଳେ ଏପର୍ଯ୍ୟନ୍ତ ହତ୍ୟାର କାରଣ ଜଣାପଡ଼ିନାହିଁ।

Can you predict death? - Telegraph India

ମିଳିଥିବା ସୂଚନା ଅନୁସାରେ, ମୄତ ମହିଳାଙ୍କ ନାମ ଶିବାନୀ ନାୟକ। ଘର ସଦର ଥାନା ରାଇସୁଆଁ ଅଞ୍ଚଳରେ। ମହିଳାଜଣକ ବିବାହିତ ବୋଲି ଜଣାପଡ଼ିବା ସହ ବେଳେ ଘଟଣାସ୍ଥଳରେ ସଦର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ସମେତ ଘଟଣାସ୍ଥଳରେ ଫରେନ୍ସିକ୍ ଟିମ୍ ମଧ୍ୟ ପହଞ୍ଚିଛି। ମହିଳାଜଣକ ୧୦ବର୍ଷ ପୂର୍ବରୁ ନିଜ ସ୍ବାମୀଙ୍କଠାରୁ ଅଲଗା ହୋଇ ନିଜ ବାପାଘରେ ରହୁଥିଲେ। ସେ ଗାଁରେ ଏକ ଦୋକାନ କରିଥିବା ବେଳେ ଗତ ରାତି ୧୦ଟା ପରେ ସେ ଘରୁ କେଉଁଆଡ଼େ ପଳାଇ ଯାଇଥିଲେ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

The post ନାଳରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟାର କାରଣ ଅସ୍ପଷ୍ଟ first appeared on Sambad.



from ଜିଲ୍ଲା – Sambad https://ift.tt/3qjMVC3