
ପାଟକୁରା: କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡ଼ା ପଞ୍ଚାୟତ ସାଇ ଫନ୍ ଛକରେ ଗତ ରାତିରେ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଯୁବକ ଆତଙ୍କରାଜ ଚଳାଇ ଅନ୍ୟ ସମ୍ପ୍ରଦାୟର ୨ଯୁବକଙ୍କୁ ଆକ୍ରମଣ କରାଯାଇଥିବାର ଖବର ମିଳିଛି । ତିର୍ତୋଲ ଥାନା କ୍ରିଷ୍ଣାନନ୍ଦପୁର ଅଞ୍ଚଳର ୨୦ରୁ ଅଧିକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଯୁବକ ୯ଟି ବାଇକରେ ଆସି ରାତି ସାତଟାରେ ପହଞ୍ଚିଥିବା ବେଳେ ସାଙ୍ଗରେ ଖଣ୍ତା, ରଡ୍, ବନ୍ଧୁକ ମଧ୍ୟ ରଖିଥିଲେ। ଏହାସହ ଉକ୍ତ ଅଞ୍ଚଳରେ ଆତଙ୍କରାଜ ଚଳାଇ ଛକରେ ଥିବା ଅନ୍ୟ ସମ୍ପ୍ରଦାୟର ୨ଯୁବକଙ୍କୁ ଆକ୍ରମଣ କରି ହାଣି ପକାଇଥିଲେ।
ଉକ୍ତ ଦୁଇ ବ୍ୟକ୍ତି ହେଲେ ବଡ଼ ନୟନପୁର ଗ୍ରାମର ସରୋଜ ବେହେରା ଓ ହଳଧର ବେହେରା। ଉଭୟଙ୍କୁ ଗତକାଲି ରାତିରୁ କଟକ ବଡ଼ ମେଡ଼ିକାଲ ପଠାଯାଇଥିଲା ଏବଂ ସେଠାରେ ଚିକିତ୍ସିତ ମଧ୍ୟ ହେଉଛନ୍ତି। ଏହାର ପ୍ରତିବାଦରେ ଆଜି ଲୋକମାନେ ସେଠାରେ ଦୋକାନ ବଜାର ବନ୍ଦ ରଖିଛନ୍ତି। ସେଠାରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହେବାର ଆଶଙ୍କା ରହିଛି।
The post ପାଟକୁରାରେ ଦୁଇ ବ୍ୟକ୍ତିଙ୍କୁ ଆକ୍ରମଣ; ସାମ୍ପ୍ରଦାୟିକ ଉତ୍ତେଜନା ଆଶଙ୍କା first appeared on Sambad.
from ଜିଲ୍ଲା – Sambad https://ift.tt/3o95d8t
0 Comments