କଟକ: କଟକ ସଦର ଥାନା ଅନ୍ତଗତ ମୁକାମେଶ୍ବର ଗ୍ରାମରେ ଏକ ନକଲି ଚା’ ପତି ପ୍ରସ୍ତୁତିକରଣ କମ୍ପାନି ଠାବ କରାଯାଇଛି। କଟକ ସଦରଥାନା ପୁଲିସ ବିଶେଷସୂତ୍ରରୁ ଖବର ପାଇଁ ଉକ୍ତ କମ୍ପାନିରେ ଚଢ଼ାଉ କରିଥିବା ବେ‌ଳେ ପ୍ରାୟ ୪ କ୍ବିଣ୍ଟାଲ୍‌ରୁ ଅଧିକ ପରିମାଣର ନକଲି ଚା’ ପତି, ନାମୀଦାମୀ କମ୍ପାନିର ଲୋ‌ଗୋ, ଷ୍ଟିକର ଜବତ କରିବା ସହ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଚା’ରେ ପତ୍ର ଓ କାଠ ଗୁଣ୍ଡ ମିଶ୍ରଣ କରାଯାଉଥିଲା ବୋଲି ଅଭି‌ଯୋଗ ହୋଇଛି। ସେଠାରୁ ପୁଲିସ୍‌ ପତ୍ର ଓ କାଠ ଗୁଣ୍ଡ ଜବତ କରିଛି।

ସୂଚନା ଅନୁଯାୟୀ, କଟକ ପାଲିଟିଛି ନକଲି ସାମଗ୍ରୀର ହବ୍‌। ଗତ କିଛି ଦିନ ହେବ କଟକର ବିିଭନ୍ନ ଅଞ୍ଚଳରୁ କମିସନରେଟ୍‌ ପୁଲିସ ନକଲି ସସ୍‌, ଗୁଟଖା, ସୋୟାବଡ଼ି, ମସଲା, ଘିଅ କମ୍ପାନି ଠାବ କରି ଚଢ଼ାଉ କରିଥିବା ବେ‌ଳେ ଆଜି କଟକ ସଦର ଥାନା ମୁକାମେଶ୍ବର ଗ୍ରାମରେ ଏକ ନକଲି ଚା’ ପତି କମ୍ପାନି ଠାବ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ସଦର ଥାନା ପୁଲିସ ଉକ୍ତ କମ୍ପାନିରେ ଚଢ଼ାଉ କରିଥିବା ବେଳେ ବିପୁଳ ପରିମାଣର ନକଲି ଚା’ ପତି ସମେତ ନାମୀଦାମୀ କମ୍ପାନିର ଲୋଗୋ, ଷ୍ଟିକର ଜବତ କରିବା ସହ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

The post କଟକ ସଦର ଅଞ୍ଚଳରୁ ନକଲି ଚା’ ପତି କମ୍ପାନି ଠାବ; ଜଣେ ଅଟକ first appeared on Sambad.



from ଜିଲ୍ଲା – Sambad https://ift.tt/2L5DhEm