
ନବରଙ୍ଗପୁର: କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟି ଉପରେ ଓଲଟିଲା ବସ। ଆଜି ଭୋର ସମୟରେ ଭୁବନେଶ୍ୱରରୁ ମାଲକାନଗିରି ଯାଉଥିବା ଦିଲଖୁସ ନାମକ ଏକ ଘରୋଇ ବସ (ନମ୍ବର ଓଡି୦୨ଓଏସ୫୦୯୭) ଓଲଟି ପଡ଼ିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଗାଡ଼ିର ହେଲପର ଓ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।
ଘଟଣା ବିଷୟରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛି। ଆମପାଣି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
The post ଆମପାଣି ଘାଟିରେ ଓଲଟିଲା ଭୁବନେଶ୍ୱରରୁ ମାଲକାନଗିରି ଯାଉଥିବା ଦିଲଖୁସ ବସ first appeared on Sambad.
from ଜିଲ୍ଲା – Sambad https://ift.tt/38BoqdQ
0 Comments