ବାଲିଅନ୍ତା: ବାଳକାଟି ଫାଣ୍ଡି ଅଧୀନ ଗଡ଼କଣ୍ଟୁଣିଆ ସ୍ଥିତ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତାରେ ଆଜି ଭୋର ସମୟରେ ଏକ ଦ୍ରୁତଗାମୀ କାର ହଠାତ ନିୟନ୍ତ୍ରଣ ହରାଇ କେନାଲ ଭିତରକୁ ଓଲଟିପଡ଼ିଥିଲା । ଫଳରେ କାର ଭିତରେ ଥିବା ଚାଳକ ସମେତ ୩ ଜଣ ଯୁବକ ଅଳ୍ପକେ ରକ୍ଷା ପାଇଯାଇଥିଲେ । ଦୁର୍ଘଟଣା ଶବ୍ଦଶୁଣି ସ୍ଥାନୀୟ ଲୋକ ସେଠାର ପହଞ୍ଚି କେନାଲ ଭିତରେ ପଶି ଯୁବକମାନଙ୍କୁ ଉଦ୍ଧାର କରିଥିଲେ । ପ୍ରାପ୍ତ ସୂଚନାନୁଯାୟୀ କାର ଭିତରେ ଥିବା ଯୁବକ ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡ଼ା ଅଞ୍ଚଳର ବୋଲି ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ସୂଚନା ମିଳିଛି । ଆଜି ଭୋର ସମୟରେ ସେମାନେ ନୂଆବର୍ଷ ଖୁସି ମନାଇବା ପାଇଁ ଯାଉଥିବା ସୂଚନା ମିଳିଛି ।
The post ଭାରସାମ୍ୟ ହରାଇ ପୁରୀ କେନାଲ ଭିତରକୁ ଓଲଟିଲା କାର, ଅଳ୍ପକେ ବର୍ତ୍ତିଲେ ୩ ଯୁବକ first appeared on Sambad.
from ଜିଲ୍ଲା – Sambad https://ift.tt/3o5Edab
0 Comments