ହରଭଙ୍ଗା: ମହାନଦୀର ସାତକୋଶିଆ ଗଣ୍ଡରେ ଗତ କିଛିଦିନ ତଳେ କୁମ୍ଭୀର ବଂଶ ବୃଦ୍ଧି ଉଦେଶ୍ୟରେ ଛଡା ଯାଇଥିବା ୬ଟି ଛୋଟ ଘଡ଼ିଆଳ ମଧ୍ୟରୁ ୬ଦିନ ନପୁରୁଣୁ ସେଥିରୁ ଗୋଟିଏ କୁମ୍ଭୀରକୁ ମହାନଦୀର ଛାମୁଣ୍ଡିଆ ନିକଟରେ ମୃତ ବସ୍ଥାରେ ମିଳିଥିଲା। ତେବେ କୁମ୍ଭୀରର ଅକାଳ ମୃତ୍ୟୁ ବନ୍ୟପ୍ରାଣୀ ବିଭାଗ ପାଇଁ ଯେତିକି ଦୁଃଖ ଦାୟକ ଥିଲା ମୃତ୍ୟୁର କାରଣ ଥିଲା ତା ଠାରୁ ଆହୁରି ଚିନ୍ତାଜନକ। ସେମାନଙ୍କର ସୁରକ୍ଷା ଦ୍ରୁଷ୍ଟି କୋଣରୁ ତାଙ୍କ ଦେହରେ ଜିପିଏସ ଲଗାଯାଇ ପ୍ରତ୍ୟକଟି ଗତିବିଧି ଉପରେ ନଜର ରଖିବାକୁ ଏକ ସ୍ୱତନ୍ତ୍ର ତାଲିମପ୍ରାପ୍ତ ଏଜେନ୍ସିର ୨ଜଣ ଲୋକଙ୍କୁ ମୋଟା ଅଙ୍କର ଅର୍ଥ ଦେଇ ନିଯୁକ୍ତ କରାଯାଇଥିଲା।
ଅନ୍ୟପଟେ ମହାନଦୀର ସାତକୋଶିଆ ଗଣ୍ଡରେ ମାଛ ମାରି ଜୀବିକା ନିର୍ବାହ କରୁଥିବା ଶତାଧିକ ମତ୍ସ୍ୟଜୀବୀ ପରିବାରଙ୍କୁ ନଦୀରେ ମାଛ ମାରିବା ପାଇଁ କଡାକଡି ଭାବେ ସପୂର୍ଣ୍ଣ କଟକଣା ଜାରି କରାଯାଇଥିଲା। ତେବେ ଶିଶୁ କୁମ୍ଭୀର ଗୁଡିକ ବାହ୍ୟ ବିପଦମୁକ୍ତ ଥିବା ବେଳେ ମହାନଦୀରେ ଥିବା ଏକ ମସ୍ତ ବଡ ଗୋମୁହାଁ କୁମ୍ଭୀର ହାବୁଡ଼ରେ ପଡିବାରୁ ଉକ୍ତ କୁମ୍ଭୀରଟିକୁ ପାଖରେ ପାଇ ତାର ପେଟ, ଗୋଡ ଓ ଲାଞ୍ଜରେ କାମୁଡି କାମୁଡି ମାରିଦେଇଥିବା ଜଣାପଡିଛି। ତେଣୁ ମହାନଦୀରେ ସମ୍ପ୍ରତି ବହୁ ବଡବଡ କୁମ୍ଭୀର ଥିବାରୁ ସେମାନଙ୍କ ନିକଟରୁ ସେଗୁଡିକୁ କିପରି ସୁରକ୍ଷା ପ୍ରଦାନ କରାଯିବ ତାକୁ ନେଇ ଏବେ ପ୍ରଶ୍ନଉଠିଛି।

ଏହି ସମସ୍ୟା ଏବେ ବନ୍ୟପ୍ରାଣୀ ବିଭାଗ ଅଡ଼ୁଆ ବଢାଇଦେଇଛି। ନଚେତ ବିପୁଳ ଅର୍ଥ ବ୍ୟୟକରି କୁମ୍ଭୀର ବଂଶ ବୃଦ୍ଧିପାଇଁ ନିଆଯାଇଥିବା ଏହି ଯୋଜନା ଏକ ପ୍ରହସନ ପଲଟିଯିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।ବିଭାଗୀୟ କର୍ତ୍ତୃପକ୍ଷ ଅବଶୀ ୫ଟି କୁମ୍ଭୀରକୁ ସୁରକ୍ଷା ଦେବାପାଇଁ କି ଉପାୟ ଅବଲମ୍ବନ କରୁଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଏସମ୍ପର୍କରେ ମତାମତ ନେବାପାଇଁ ନୟାଗଡ ମହାନଦୀ ବନ୍ୟପ୍ରାଣୀ ବିଭାଗର ଡିଏଫଓ ହର୍ଷବର୍ଦ୍ଧନ ଉଦ୍ଗାତାଙ୍କ ପ୍ରତିକ୍ରିୟା ନେବାପାଇଁ ଫୋନରେ ଯୋଗାଯୋଗ ସମ୍ଭବ ନହେବାରୁ ତାଙ୍କର ମତାମତ ମିଳି ପାରିନାହିଁ।
The post ସଂକଟରେ କୁମ୍ଭୀର ବଂଶ ବୃଦ୍ଧି ଯୋଜନା! ସାତକୋଶିଆ ମହାନଦୀରେ ଘାତକ ହୋଇଛି ସ୍ୱଜାତି କୁମ୍ଭୀର first appeared on Sambad.
from ଜିଲ୍ଲା – Sambad https://ift.tt/2LptQzT
0 Comments