
କଟକ : ହାଇକୋର୍ଟରେ ଦାଖଲ ହେଉଥିବା ଆବେଦନରେ ଏଣିକି ଆଇନଜୀବୀଙ୍କ ସଂପୂର୍ଣ୍ଣ ନାଁ ଓ ଓକିଲାତି ଲାଇସେନ୍ସ ସଂପର୍କିତ ତଥ୍ୟ ରହିବ। ଏ ନେଇ ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶପାଇଛି।
ହାଇକୋର୍ଟ ପକ୍ଷରୁ ଜାରି କରାଯାଇଥିବା ଷ୍ଟାଣ୍ଡିଂ ଅର୍ଡର୍ରେ ସ୍ପଷ୍ଟ କରାଯାଇଛି ଯେ, ଦାଖଲ କରାଯାଉଥିବା ସମସ୍ତ ପିଟିସନରେ ଆଇନଜୀବୀଙ୍କ ସଂପୂର୍ଣ୍ଣ ନାଁ କ୍ୟାପିଟାଲ ଲେଟର ବା ବଡ଼ ଅକ୍ଷରରେ ଉଲ୍ଲେଖ କରାଯିବ। ନାଁ ସହିତ ସଂପୃକ୍ତ ଆଇନଜୀବୀଙ୍କ ଏନରୋଲ୍ମେଣ୍ଟ ନମ୍ବର ମଧ୍ୟ ପିଟିସନରେ ଉଲ୍ଲେଖ କରାଯିବ। ସବୁ ଓକିଲାତିନାମାରେ ମଧ୍ୟ ଇଂରାଜୀ ବଡ଼ଅକ୍ଷରରେ ମାମଲା ପରିଚାଳନା କରୁଥିବା ଆଇନଜୀବୀଙ୍କ ନାଁ ସହିତ ଏନରୋଲ୍ମେଣ୍ଟ ନମ୍ବର ଓ ମୋବାଇଲ ଫୋନ୍ ନମ୍ବର ଲେଖାଯିବ। ଏଥିସହିତ ମାମଲା ଦାଖଲ ସମୟରେ ଆଞ୍ଚଳିକ ଭାଷାରେ ଲେଖାଥିବା ଦସ୍ତାବିଜର ଇଂରାଜୀ ଅନୁବାଦ ଦାଖଲ କରାଯିବ ବୋଲି ଏହି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଦାଖଲ କରାଯାଉଥିବା ଆବେଦନ ସହିତ କୌଣସି ଆଞ୍ଚଳିକ ଭାଷାର ଦସ୍ତାବିଜ ସଂଲଗ୍ନ ଥିଲେ ସଂପୃକ୍ତ ଦସ୍ତାବିଜର ଇଂରାଜୀ ଅନୁବାଦ ପରବର୍ତ୍ତୀ ସମୟରେ ମାମଲା ଶୁଣାଣିବେଳେ ବା ଆବଶ୍ୟକ ବେଳେ ଦାଖଲ କରାଯିବ ବୋଲି ଅଣ୍ଡରଟେକିଂ ଦିଆଯାଉଥିଲା।
The post ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ : ଇଂରାଜୀ ବଡ଼ ଅକ୍ଷରରେ ଲେଖାଯିବ ଆଇନଜୀବୀଙ୍କ ପୂରା ନାଁ first appeared on Sambad.
from ଜିଲ୍ଲା – Sambad https://ift.tt/2Ma5cDE
0 Comments