
ରାଜନଗର: ରାଜନଗର ବ୍ଲକ କୁରୁଣ୍ଟି ପଞ୍ଚାୟତର ସମିତିସଭ୍ୟ ସନ୍ତୋଷ କୁମାର ମହାନ୍ତିଙ୍କ ବାସଭବନରେ ଆଜି ସକାଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ପୁରୀ ଜିଲ୍ଲାରେ ରାଜସ୍ବ ନିରୀକ୍ଷକ ଥିବା ସନ୍ତୋଷଙ୍କ ଭାଇ ବସନ୍ତ କୁମାର ମହାନ୍ତି ଆୟ ବହିର୍ଭୁତ ସମ୍ପତି ଠୁଳ କରିଥିବା ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି।
ରାଜନଗର ବ୍ଲକର କୁରୁଣ୍ଟି ସମେତ ପୁରୀ ଜିଲ୍ଲାରେ ୪ ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଭୁବନେଶ୍ୱର ଭିଜିଲାନ୍ସ ବିଭାଗର ଇନିସ୍ପେକ୍ଟର ଶିବ ନାରାୟଣ ଭଦ୍ରଙ୍କ ନେତୃତ୍ୱରେ ୫ ଜଣିଆ ଭିଜିଲାନ୍ସ ଟିମ କୁରୁଣ୍ଟିରେ ଚଢ଼ାଉ କରିଛି। ମିଳିତ ଭାବେ ଥିବା ଏକ କୋଠା ଘର ସହ କିଛି ଜମି କାଗଜପତ୍ର ମିଳିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।
The post .କେନ୍ଦ୍ରାପଡ଼ା ଜିଲ୍ଲାର କୁରୁଣ୍ଟି ସମିତିସଭ୍ୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ first appeared on Sambad.
from ଜିଲ୍ଲା – Sambad https://ift.tt/2Yrc7L2
0 Comments