
ତେଲକୋଇ: କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ଅନ୍ତର୍ଗତ ସୁନ୍ଦୁରିଆ ଓ ପୁରୁଯୋଡ଼ା ଗ୍ରାମରେ ବଣୁଆ ହାତୀ ଉପଦ୍ରବ ଜାରି ରଖିଛନ୍ତି। ଗତକାଲି ରାତିରେ ୨ଟି ଘର ଭାଙ୍ଗିବା ସହ ଧାନ,ଚାଉଳ ଓ ଅନ୍ୟାନ୍ୟ ଆସବାବପତ୍ର ଭାଙ୍ଗିରୁଜି ନଷ୍ଟ କରିଥିବା ଅଭିଯୋଗ ହୋଇଛି। ତେବେ ହାତୀଙ୍କ ଆକ୍ରମଣରୁ ୫ଜଣ ଅଳ୍ପକେ ବର୍ତ୍ତିଯାଇଛନ୍ତି।
୬ ଟିକିଆ ହାତୀପଲରେ ଗୋଟିଏ ଦନ୍ତା, ୩ଟି ମାଈ ଓ ୨ଟି ଛୁଆ ହାତୀ ରହିଛନ୍ତି। ରାତି ପ୍ରାୟ ୧୧ଟା ବେଳେ ପରୁଯୋଡ଼ା ଗ୍ରାମ ଜଗଦା ସାହିର ବାୟା ମୁଣ୍ଡାଙ୍କ ଘର ଓ ରାତି ୨ଟା ବେଳେ ସୁନ୍ଦୁରିଆ ଗ୍ରାମର ଧୀର ମହାକୁଡ଼, ଦୁଷ୍ମନ୍ତ ମହାକୁଡ଼ଙ୍କ ଘର ଭାଙ୍ଗିବା ସହ ଧାନ, ଚାଉଳ, ଆସବାବପତ୍ର ଭାଙ୍ଗିରୁଜି ନଷ୍ଟ କରି ଦେଇଛନ୍ତି। ଖବର ପାଇ ବନବିଭାଗ କର୍ମଚାରୀ ହାତୀଗୁଡ଼ିକୁ ଘଉଡ଼ାଇ ଥିଲେ। ଏହି ହାତୀଗୁଡ଼ିକ ଏବେ ରାଣୀବେଡ଼ା ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ବଡ଼ସୁନ୍ଦୁରିଆ ଜଙ୍ଗଲରେ ରହିଥିବା ଜଣାପଡ଼ିଛି। ତେବେ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।
The post ଘର ଭାଙ୍ଗିଲେ ହାତୀପଲ, ଅଳ୍ପକେ ବର୍ତ୍ତିଲେ ୫ ଜଣ first appeared on Sambad.
from ଜିଲ୍ଲା – Sambad https://ift.tt/2M0WA1v
0 Comments