
ଭଦ୍ରକ: ତାସ ଖେଳ ସମୟରେ ବିଭତ୍ସ ହତ୍ୟା ଘଟଣା ଭଦ୍ରକ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏଠାରେ ଜଣେ ନାବାଳକର ଶିଳପୁଆ ମାଡ଼ରେ ବୃଦ୍ଧଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହେଲେ ଦୋଳସାହି ଅଞ୍ଚଳର ରବୀନ୍ଦ୍ର ଖୁଣ୍ଟିଆ।
ସୂଚନା ଅନୁଯାୟୀ, ତିହିଡି ଥାନାର ଦୋଳସାହି ଗ୍ରାମରେ ତାସ ଖେଳ ଚାଲିଥିବା ବେଳେ ରବୀନ୍ଦ୍ର ଓ ଅଭିଯୁକ୍ତ ନାବାଳକଙ୍କ ସହ କୌଣସି କାରଣରୁ ଯୁକ୍ତିତର୍କ ଲାଗିଥିଲା। ପରେ ନାବାଳକ ଜଣକ ଉତକ୍ଷିପ୍ତ ହୋଇ ପାଖରେ ଥିବା ଶିଳପୁଆକୁ ରବୀନ୍ଦ୍ର ଉପରକୁ ଛାଟିଥିଲା। ପରେ ଶିଳପୁଆର ମାଡ଼ରେ ରବୀନ୍ଦ୍ରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।
ମୃତ ରବୀନ୍ଦ୍ରଙ୍କ ସହ ନାବାଳକ ପରିବାର ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିବା ସୂଚନା ମିଳିଛି। ଯାହାକୁ ନେଇ ଏଭଳି ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ଅଭିଯୁକ୍ତ ନାବାଳକ ଫେରାର ହୋଇଯାଇଥିବା ବେଳେ, ତିହିଡି ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
The post ତାସ ଖେଳ ସମୟରେ ବିଭତ୍ସ ହତ୍ୟା: ନାବାଳକର ଶିଳପୁଆ ମାଡ଼ରେ ବୃଦ୍ଧଙ୍କର ଶୋଚନୀୟ ମୃତ୍ୟୁ first appeared on Sambad.
from ଜିଲ୍ଲା – Sambad https://ift.tt/3hAIuQt
0 Comments