
ବଲାଙ୍ଗୀର/ଦେଓଗାଁ : ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଜରାସିଂହାର ଡବଲ ମର୍ଡର ଘଟଣାର ୧୬ ଘଣ୍ଟା ପରେ ତଦନ୍ତ ଆରମ୍ଭ ହୋଇଛି।
ଗତକାଲି ଅପରାହ୍ନ ୪ଟାରୁ ୫ଟା ଭିତରେ ଗଁାରେ ଗୋଷ୍ଠୀସଂଘର୍ଷ ଘଟିଥିଲା। ଏଥିରେ ୨ ଜଣଙ୍କ ପ୍ରାଣ ଯାଇଥିଲା। ଏହି ଘଟଣା ପରେ ଗଁାରେ ଗୋଟିଏ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲା। ରାତିତମାମ ଧନମତ ରାଉତଙ୍କ ଶବକୁ ଜଗି ରହିଥିଲା ପୁଲିସ। ଆଜି ସକାଳେ ପୁଲିସ୍ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। । ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ରଫା ଓ ହତ୍ୟାକାଣ୍ଡରେ ବ୍ୟବହୃତ ଅନ୍ୟ ସାମଗ୍ରୀକୁ ଜବତ କରି ତନ୍ନତନ୍ନ କରି ଯାଞ୍ଚ କରିଛି ସାଇଣ୍ଟିଫିକ ଟିମ। ଘଟଣାର ୧୮ ଘଣ୍ଟା ପରେ ସବୁ ସୌଜନ୍ୟତା ସାରି ଦେଓଗଁା ପୁଲିସ୍ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିବା ଜଣାପଡ଼ିଛି।
The post ଜରାସିଂହା ଡବଲ ମର୍ଡର : ୧୬ ଘଣ୍ଟା ପରେ ଆରମ୍ଭ ହେଲା ତଦନ୍ତ first appeared on Sambad.
from ଜିଲ୍ଲା – Sambad https://ift.tt/3pdYxqo
0 Comments