ପୁରୀ : ଦୁର୍ନୀତି ଅଭିଯୋଗରେ ପୁରୀର ୨ଜଣ ପୁଲିସ୍‌ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଦୁହିଁଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରାଯାଇଛି। ଦୁହେଁ ହେଲେ, କୃଷ୍ଣପ୍ରସାଦ ଥାନାର ଏଏସ୍‌ଆଇ ଗୁମାନ ସିଂହ ଏବଂ ସଦର ଥାନାର ମହିଳା ଏସ୍‌ଆଇ ଅତସୀ ଜେନା।

ପୁରୀ ଏସ୍‌ପି କନୱର ବିଶାଲ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇ କହିଛନ୍ତି ‌ଯେ ମକର ସଂକ୍ରାନ୍ତି ଦିନ ଏଏସ୍‌ଆଇ ଗୁମାନ ସିଂହ ଠେଲାଗାଡ଼ିରେ ଖାଦ୍ୟ ବେପାର କରୁଥିବା କୃଷ୍ଣପ୍ରସାଦ ଥାନା ମାଲୁଦ ଡମ୍ବରୁ ଓରଫ ବସନ୍ତ ଜେନାଙ୍କୁ ଅବକାରୀ ମାମଲାରେ ଫସେଇ ଦେବାକୁ ଭୟ ଦେଖାଇ ତାଙ୍କଠାରୁ ତାଙ୍କ ଠେଲାଗାଡ଼ିରେ ୭ ହଜାର ଟଙ୍କା ଥିବା ଏକ ବାକ୍ସକୁ ନେଇଯାଇଥିଲେ। ଘଟଣାରେ ସତ୍ୟତା ଥିବାରୁ ଗୁମାନ ସିଂହଙ୍କୁ ପ୍ରଥମେ ବିଭାଗ ପକ୍ଷରୁ ନିଲମ୍ବିତ କରାଯିବା ପରେ ଆଜି ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।

ସେହିପରି ଗତବର୍ଷ ଅକ୍ଟୋବରରେ ଜୁଆ ଆଡ଼ାରୁ ଏସ୍ଆଇ ଜେନା ୧୪ ହଜାର ଟଙ୍କା ଓ ମୋବାଇଲ ଫୋନ୍‌ ଜବତ କରିଥିଲେ ମଧ୍ୟ ଆଇଆଇସିଙ୍କୁ ଜଣାଇନଥିଲେ କି ଷ୍ଟେସନ୍‌ ଡାଏରିରେ ରେକର୍ଡ କରିନଥିଲେ। ତଦନ୍ତ ପରେ ତାଙ୍କୁ ନିଲମ୍ବନ କରାଯାଇଛି।

The post ଦୁର୍ନୀତି ପାଇଁ ୨ ପୁଲିସ୍ ଅଧିକାରୀ ନିଲମ୍ବିତ first appeared on Sambad.



from ଜିଲ୍ଲା – Sambad https://ift.tt/3bUnaoh