
କଟକ-ମହାନଦୀବିହାର: ଓଏମ୍ପି ଷଷ୍ଠ ବାଟାଲିୟନ ଉଚ୍ଛେଦ ପ୍ରସଂଗରେ ଜିଲ୍ଲା ପ୍ରଶାସନ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଲାଣି। ନାଗରିକ ସୁରକ୍ଷା ମଞ୍ଚ ଆସନ୍ତା ଶୁକ୍ରବାର ଓଏମପି ଛକରୁ ନୂଆବଜାର ପର୍ଯ୍ୟନ୍ତ ସମସ୍ତ ଦୋକାନ-ବଜାର ବନ୍ଦ କରିବ। ଘର ଘର ବୁଲି ଲିଫ୍ଲେଟ୍ ବଣ୍ଟାଯିବ। ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ଏକ ଯୁବ କମିଟି ଗଠନ କରାଯିବ। ଅନ୍ୟପଟେ ସକାଳ ୯ଟାରୁ ଓଏମ୍ପି ଛକ ଏବଂ ଜାତୀୟ ରାଜପଥ ବି ବନ୍ଦ ରହିବ। ନାଗରିକ ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ଅପରାହ୍ନରେ କୁଞ୍ଜବିହାରୀ ମଠରେ ଆୟୋଜିତ ଏକ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଶନିବାର ଜିଲ୍ଲାପାଳଙ୍କ ସହିତ ମଞ୍ଚର ଆଲୋଚନା ବିଫଳ ହେବା ପରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି।
ଦ୍ବିତୀୟ କ୍ୟାମ୍ପସ୍ରେ କୌଣସି ପରିସ୍ଥିତିରେ ଜିଲ୍ଲା ପ୍ରଶାସନକୁ ବସ୍ତିବାସିନ୍ଦାଙ୍କୁ ଥଇଥାନ ପାଇଁ ଇଞ୍ଚେ ବି ଜମି ଦିଆ ନଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିପାଇଁ ଚାଉଳିଆଗଞ୍ଜ ଅଞ୍ଚଳରେ ଜନଆନ୍ଦୋଳନ ବି ପ୍ରତିକ୍ରିୟା ମାଧ୍ୟମରେ ବୃଦ୍ଧି ପାଇଲାଣି। ଆଜିର ଏହି ବୈଠକରେ ଚନ୍ଦ୍ରକାନ୍ତ ସାହୁ, ଚତୁର୍ଭୁଜ ସାହାଣୀ, ନିରଞ୍ଜନ ସାହ(ଚଗଲା), ନରେନ୍ଦ୍ର ପାତ୍ର, ଟୁକୁନା ପୃଷ୍ଟି, ବିଜୟ କୁମାର ସାହୁ, ପୂର୍ବତନ କର୍ପୋରେଟର ଚିରଞ୍ଜୟ ସାହୁ, ସୁନିଲ ସାହୁ, ବାପି ସାହୁ, ସୁକାନ୍ତ ସାହାଣୀ, ଲକ୍ଷ୍ମୀଧର ସାହୁ, ମନୋଜ ସାହୁ, ରାକେଶ ସାହୁ, ସାନୁ ପାତ୍ର, ଶିବକୁମାର ସାହୁ, ମିନତୀ ସାହୁ, ପ୍ରକାଶ ଦାସ, ଜଗନ୍ନାଥ ମଲ୍ଲିକ, ସୋମନାଥ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।
The post ବାଟାଲିୟନ୍ ଉଚ୍ଛେଦ ପ୍ରସଂଗ: ଶୁକ୍ରବାର ପାଇଁ ସଜବାଜ; ଓଏମ୍ପି ଛକରୁ ନୂଆବଜାର ପର୍ଯ୍ୟନ୍ତ ବଜାର ବନ୍ଦ first appeared on Sambad.
from ଜିଲ୍ଲା – Sambad https://ift.tt/2Nyc5it
0 Comments