
ବନ୍ତଳା: ଅନୁଗୁଳ ବ୍ଲକ ପୁରୁଣାକୋଟ ଥାନା ଅଞ୍ଚଳରେ ବିଦ୍ୟୁତ ତାର ଦ୍ଵାରା ବନ୍ୟଜନ୍ତୁ ଶିକାର କରିବା ଉଦ୍ଦେଶ୍ୟରେ ତାର ବିଛାଉଥିବା ବେଳେ ସେହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଶିକାରୀର ଜୀବନ ଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ ଜରପଡ଼ା ରେଞ୍ଜ ରୋଡ଼ସିଙ୍ଗା ଗ୍ରାମର ଉମାକାନ୍ତ ପ୍ରଧାନ(୫୫) ଗତକାଲି ସନ୍ଧ୍ୟାରେ ଗାଁ ନିକଟରେ ଥିବା ପଥରି ଜଙ୍ଗଲକୁ ବନ୍ୟଜନ୍ତୁ ଶିକାର କରିବା ପାଇଁ ବିଦ୍ୟୁତ ତାର ନେଇ ଯାଇଥିଲେ। ତେବେ ଆଜି ସକାଳ ସୁଦ୍ଧା ସେ ଘରକୁ ଫେରିନଥିବା ବେଳେ ପରିବାର ଲୋକେ ଆଜି ଜଙ୍ଗଲରେ ଉମାକାନ୍ତଙ୍କୁ ଖୋଜାଖୋଜି କରିଥିଲେ।
ପଥରି ଜଙ୍ଗଲରେ ବିଦ୍ୟୁତ ତାର ବିଛାଉଥିବା ସମୟରେ ସେ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ।ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ପୁରୁଣାକୋଟ ପୁଲିସ, ବନ କର୍ମଚାରୀ ଓ ବିଦ୍ୟୁତ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।
The post ଶିକାରୀ ହେଲା ଶିକାର, ବନ୍ୟଜନ୍ତୁ ଶିକାର ପାଇଁ ବିଦ୍ୟୁତ ତାର ବିଛାଉଥିବା ବେଳେ ଶିକାରୀର ମୃତ୍ୟୁ first appeared on Sambad.
from ଜିଲ୍ଲା – Sambad https://ift.tt/2M1Shnj
0 Comments