ନୀଳଗିରି : ଗାଁ ଦାଣ୍ତରେ ଯୁବକକୁ ହତ୍ୟା

ନୀଳଗିରି : ଜୁଆ ଖେଳକୁ ନେଇ ଶନିବାର ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରେ ଜଣେ ଯୁବକଙ୍କ ମୁଣ୍ଡ ଗଡ଼ିଛି। ମୃତକ ହେଲେ ନୀଳଗିରି ଥାନା ତଇଲାସାହି ଗ୍ରାମର କୁନା ଭୋଳ(୩୦)। ଜୁଆ ବାଜିରେ ହାରିଯିବାରୁ ଅନ୍ୟ ଜଣେ ଯୁବକ ତାଙ୍କୁ ଗାଁ ଦାଣ୍ଡରେ ‌ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ଏକ କାତିରେ ଭୁସି ହତ୍ୟା କରିଛି। ହତ୍ୟାକାଣ୍ଡରେ ଅଭିଯୁକ୍ତ ଫେରାର ହୋଇଯାଇଛି।

ଶନିବାର ଦିନ ପ୍ରାୟ ୨ଟା ସମୟରେ ତଇଲାସାହି ଗ୍ରାମର କୁନା ନିଜ ଘର ପାଖ ରାସ୍ତାରେ କେତେକ ଯୁବକଙ୍କ ସହ ମିଶି ଜୁଆ ଖେଳୁଥିଲେ। ଜୁଆ ବାଜିରେ କୁନାଙ୍କଠୁ ହାରିଯିବା ପରେ ସେହି ଗ୍ରାମର ଗଣେଶ ସିଂଙ୍କ ସହିତ ତାଙ୍କର ଉଚ୍ଚବାଚ ହୋଇଥିଲା। ଏଥିରେ ଗଣେଶର ମୁଣ୍ଡକୁ ପିତ୍ତ ଚଢ଼ି ଯାଇଥିଲା। ଗାଁ ଦାଣ୍ତରେ କୁନା ଯାଉଥିବା ବେଳେ ଗଣେଶ (୨୮) ଏକ ଧାରୁଆ କୁକୁଡ଼ା କାତି ତାଙ୍କ ଛାତିରେ ଭୁସି ଦେଇଥିଲା। ଜୀବନବିକଳରେ କୁନା ଚିତ୍କାର କରି ସେଠାରୁ ପଳାଇଯିବାକୁ ଉଦ୍ୟମ କରିବାବେଳେ ଅଭିଯୁକ୍ତ ତାଙ୍କୁ ଗୋଡ଼ାଇ ଗୋଡ଼ାଇ କାତିରେ ବାରମ୍ବାର ଆଘାତ କରିଥିଲା। ରକ୍ତାକ୍ତ ଅବସ୍ଥାରେ କୁନା ତଳେ ପଡ଼ି ଛଟପଟ ହେଉଥିବା ସମୟରେ ଗାଁ ଲୋକେ ଧାଇଁ ଆସିଥିଲେ। ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ନୀଳଗିରି ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ଡାକ୍ତର କୁନାଙ୍କୁ ମୃତ ଘୋଷଣା କରିଥିଲେ।

The post ନୀଳଗିରି : ଗାଁ ଦାଣ୍ତରେ ଯୁବକକୁ ହତ୍ୟା first appeared on Sambad.



from ଜିଲ୍ଲା – Sambad https://ift.tt/3sas99R

Post a Comment

0 Comments