
କଟକ : ହାଇକୋର୍ଟରେ ଅଭୟକାନ୍ତ ପାଠକ ଓ ଆକଶ ପାଠକଙ୍କ ଜାମିନ ଆବେଦନର ଆଜି ପୂର୍ଣ୍ଣାଙ୍ଗ ଶୁଣାଣି ଶେଷ ହୋଇଛି। ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଉଭୟ ଆବେଦନକାରୀ ଓ ଭିଜିଲାନ୍ସ ପକ୍ଷରୁ ଚୂଡାନ୍ତ ପର୍ଯ୍ୟାୟ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଏହି ମାମଲାରେ ପୂର୍ବରୁ ଭିଜିଲାନ୍ସ ପକ୍ଷରୁ କେସ୍ ଡାଏରି ଦାଖଲ କରାଯାଇଥିବାବେଳେ ଆଜି ତଦନ୍ତର ସାନି ସ୍ଥିତି ନେଇ ଅବଗତ କରାଯାଇଥିଲା।
ଉଲ୍ଲେଖଯୋଗ୍ୟ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ନିମ୍ନ ଅଦାଲତରେ ଅଭୟକାନ୍ତ ଓ ଆକାଶଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା। ଜାମିନ ପାଇଁ ଅଭୟକାନ୍ତ ଓ ଆକାଶ ପୃଥକ ଭାବେ ହାଇକୋର୍ଟରେ ଜାମିନ ଆବେଦନ ଦାୟର କରିଥିଲେ। ଦୁଇ ମାମଲାର ଏକତ୍ର ଶୁଣାଣି ହୋଇଥିଲା। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି।
The post ହାଇକୋର୍ଟରେ ଆକାଶ ଓ ଅଭୟକାନ୍ତ ପାଠକଙ୍କ ଜାମିନ ଶୁଣାଣି ଶେଷ first appeared on Sambad.
from ଜିଲ୍ଲା – Sambad https://ift.tt/2XMgG2u
0 Comments