
ଡେରାବିଶ: ଯାଜପୁର ଜିଲ୍ଲାର ଡେରାବିଶ ବ୍ଲକ ବେଣୀପୁର ପଞ୍ଚାୟତ ସଦାନନ୍ଦପୁର ଗ୍ରାମର ସୁଶାନ୍ତ ମଣ୍ଡଳ(୩୬)। ଦିଲ୍ଲୀର ଖାନପୁରଠାରେ ଏକ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର କାରଖାନାରେ କାମ କରୁଥିଲେ। ଯେତିକି ଦରମା ପାଉଥିଲେ ନିଜେ ଚଳି ପରିବାର ପ୍ରତିପୋଷଣ କରୁଥିଲେ। ବେଶ୍ ହସଖୁସିରେ ସଂସାର ଚଳି ଯାଉଥିଲା। ସବୁକିଛି ଠିକଠାକ୍ ଚାଲିଥିବା ବେଳେ କରୋନା ଦାଉ ସାଧିଲା। ସବୁ ଉଜାଡ଼ି ଦେଲା। କରୋନା ପ୍ରକୋପ ବଢିବା ପରେ ସମଗ୍ର ଦେଶରେ ଲକ୍ଡାଉନ୍ ଘୋଷଣା ହୋଇଗଲା। ସୁଶାନ୍ତ କାମ କରୁଥିବା କମ୍ପାନି ବନ୍ଦ ହୋଇଗଲା। ପ୍ରଥମେ ଘରକୁ ଫେରି ନ ପାରି ସେଠାରେ ଫସି ରହିଥିଲେ ସେ। ପାଖରେ ଯାହା ପଇସା ଥିଲା ସବୁ ସରିଗଲା। ୨ ମାସରୁ ଅଧିକ କାଳ ସେଠାରେ ଦହଗଂଜ ହେବା ପରେ ଜୁନ୍ରେ ଭଟିମାଟିକୁ ଫେରି ଆସିଲେ।
ଏଠାରେ ପହଞ୍ଚି କିଛି କାମ କରିବାକୁ ସୁଯୋଗ ପାଇଲେନି। ଯାହା କିଛି ଅର୍ଥ ସଂଚିଥିଲେ ସବୁ ସରିଗଲା। ବାପା, ମା’, ପତ୍ନୀ, ଦୁଇ ପିଲାଙ୍କ ପେଟକୁ କେମିତି ଆହାର ଯୋଗାଇବେ ସେହି ଚିନ୍ତାରେ ତାଙ୍କ ଦିନ କଟିଲା। କିଛି ବୁଦ୍ଧିବାଟ ନ ପାଇ ଶେଷକୁ ଜୀବନ ବୀମା ଜମାପୁଞ୍ଜି ଅର୍ଥ ଉଠାଇ ଏକ ଦୋକାନ କରିବାକୁ ମନସ୍ଥ କଲେ। ସେହି ଟଙ୍କାରେ ଏକ ଷ୍ଟେସନାରି ଦୋକାନ ଖୋଲିଛନ୍ତି ସଦାନନ୍ଦପୁର ବଜାରରେ। ଯାହା ଲାଭ ମିଳୁଛି କଷ୍ଟେମଷ୍ଟେ ସଂସାର ଚଳି ଯାଉଛି ବୋଲି କହିଛନ୍ତି ସୁଶାନ୍ତ।
The post କରୋନା କାହାଣୀ: ଷ୍ଟେସନାରି ଦୋକାନ ଭରସା first appeared on Sambad.
from ଜିଲ୍ଲା – Sambad https://ift.tt/39yyLX9
0 Comments