
କଟକ : ୨୦୨୧ ମସିହା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା (ରେଗୁଲାର ଓ ଏକ୍ସରେଗୁଲାର) ଫର୍ମପୂରଣ ଆସନ୍ତା ୧୦ତାରିଖ ସକାଳ ୧୦ଟାରୁ ଅନ୍ଲାଇନ୍ରେ ହେବ। ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀମାନେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଦ୍ବାରା ଓ ପତ୍ରବିନିମୟ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀମାନେ ସଂପୃକ୍ତ ଅଞ୍ଚଳରେ ଥିବା ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟର ଉପ ସଂପାଦକଙ୍କ ମାଧ୍ୟମରେ ଫର୍ମ ପୂରଣ କରିବେ। ୧୦ତାରିଖ ସକାଳୁ ଫର୍ମପୂରଣ ଆରମ୍ଭ ହେଉଥିବା ବେଳେ ଫି ଦାଖଲ ଶେଷ ସମୟ ଜାନୁଆରି ୨୭ତାରିଖ ରାତି ୧୧ଟା ୪୫ ଓ ଫର୍ମଦାଖଲ କରିବାର ଶେଷ ତାରିଖ ଜାନୁଆରି ୨୮ତାରିଖ ମଧ୍ୟ ରାତ୍ର ରହିଛି। ସେହିପରି ଜରିମାନା ସହ ଜାନୁଆରି ୨୮ତାରିଖରୁ ଫେବ୍ରୁଆରି ରାତି ୧୧ଟା ୪୫ ପର୍ଯ୍ୟନ୍ତ ଫି ଦାଖଲ ଓ ଫେବ୍ରୁଆରି ୨ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଫର୍ମ ଦାଖଲ କରାଯାଇ ପାରିବ। ଫର୍ମ ପୂରଣ ସଂକ୍ରାନ୍ତରେ ସମସ୍ତ ତଥ୍ୟ ବୋର୍ଡ ୱେବ୍ସାଇଟ୍ www.bseodisha.ac.in ରେ ଉପଲବ୍ଧ ହେଉଛି ବୋଲି ବୋର୍ଡର ଉପସଭାପତି ତଥା ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି।
The post ମାଟ୍ରିକ୍ ପରୀକ୍ଷା ଫର୍ମପୂରଣ ଆସନ୍ତା ୧୦ରୁ first appeared on Sambad.
from ଜିଲ୍ଲା – Sambad https://ift.tt/3bgTn8E
0 Comments