ପାଟକୁରା: କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଥାନା ତେଣ୍ଡାକୁଡ଼ା ସାଇଫନ୍‌ ଛକରେ ଗତ ୩ତାରିଖ ବିଳମ୍ବିତ ରାତିରେ ୨ଜଣଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ସେଠାରେ ଶାନ୍ତି ବଜାୟ ରଖିବା ପାଇଁ ପୁଲିସ ମୁତୟନ କରାଯାଇଥିବା ବେଳେ ଗତକାଲି‌ ସୋମବାର ବିଳମ୍ବିତ ରାତିରେ ପୁଣି ଦୁର୍ବୃତ୍ତମାନେ ଆହତ କାହ୍ନୁ ଚରଣ ବେହେରାଙ୍କ ନଦୀବନ୍ଧରେ ଥିବା କେବିନ ଦୋକାନକୁ ନିଆଁ ଲଗାଇ ଜାଳି ଦେଇଛନ୍ତି। ମୁତୟନ ରହିଥିବା ପୁଲିସ ଜଗିଥିବା ସ୍ଥାନରୁ ମାତ୍ର ୧୫୦ମିଟର ଦୂର ନଦୀବନ୍ଧରେ ଏହି ଦୋକାନ ପୋଡ଼ିବା ଘଟଣା ଘଟିଛି। ସାମ୍ପ୍ରଦାୟିକ ସଦଭାବନା ନଷ୍ଟ କରିବାକୁ କେହି ଚକ୍ରାନ୍ତ କରୁଥିବା ଆଶଙ୍କା କରାଯାଉଛି। ସେଠାରେ ଗ୍ରାମବାସୀ ରାସ୍ତାରୋକ‌ କରିଥିବାରୁ ଉତ୍ତେଜନା ସୃଷ୍ଟି ହୋଇଛି।
Sambad

 

ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା  ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡ଼ା ପଞ୍ଚାୟତ ସାଇଫନ୍‌ ଛକରେ ଗତ ୩ ତାରିଖ ବିଳମ୍ବିତ ରାତିରେ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଯୁବକ ଆତଙ୍କରାଜ ଚଳାଇ ଅନ୍ୟ ସମ୍ପ୍ରଦାୟର ୨ଯୁବକଙ୍କୁ ଆକ୍ରମଣ କରିଥିଲେ। ତିର୍ତୋଲ ଥାନା କ୍ରିଷ୍ଣାନନ୍ଦପୁର ଅଞ୍ଚଳର ୨୦ରୁ ଅଧିକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଯୁବକ ୯ଟି ବାଇକରେ ଆସି ରାତି ସାତଟାରେ ପହଞ୍ଚିଥିବା ବେଳେ ସାଙ୍ଗରେ ଖଣ୍ତା, ରଡ୍, ବନ୍ଧୁକ ମଧ୍ୟ ରଖିଥିଲେ। ଏହାସହ ଉକ୍ତ ଅଞ୍ଚଳରେ ଆତଙ୍କରାଜ ଚଳାଇ ଛକରେ ଥିବା ଅନ୍ୟ ସମ୍ପ୍ରଦାୟର ୨ଯୁବକଙ୍କୁ ଆକ୍ରମଣ କରି ହାଣି ପକାଇଥିଲେ। ଉକ୍ତ ଦୁଇ ବ୍ୟକ୍ତି ହେଲେ ବଡ଼ ନୟନପୁର ଗ୍ରାମର ସରୋଜ ବେହେରା ଓ ହଳଧର ବେହେରା। ଉଭୟ ଆହତ ବ୍ୟକ୍ତିଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇ ସେଠାରେ ଚିକିତ୍ସା କରାଯାଉଛି।

The post ପାଟକୁରା ଦୁଇ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା; ଆହତ ବ୍ୟକ୍ତିଙ୍କ ଦୋକାନ ଜାଳିଲେ ଦୁର୍ବୃତ୍ତ first appeared on Sambad.



from ଜିଲ୍ଲା – Sambad https://ift.tt/393Mll0