ରାୟଗଡ଼ା: ସୋମବାର ପ୍ରତ୍ୟୁଷରେ ପଦ୍ମପୁର ଥାନା ଅନ୍ତର୍ଗତ ଡୁମୁଲାପଦରରେ ଏକ ଟୁରିଷ୍ଟ୍‍ ବସ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୮ଜଣ ସାଙ୍ଘାତିକ ଆହତ ହୋଇଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ପର୍ଯ୍ୟଟକମାନଙ୍କୁ ନେଇ ଉକ୍ତ ବସ୍‌ଟି କୋରାପୁଟ ଜିଲ୍ଲାର ଗୁପ୍ତେଶ୍ୱରରୁ ରାଜଧାନୀ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଡୁମୁଲାପଦର ଠାରେ ରାସ୍ତାର ବୁଲାଣିରେ ବସ୍‌ଟି ଚାଳକଙ୍କ ନିୟନ୍ତ୍ରଣରୁ ବାହାରି ଯିବା ସହ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ସହ ଅନ୍ୟ ୮ଜଣ ଆହତ ହୋଇଥିଲେ। ଘଟଣାସ୍ଥଳରୁ ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ୧୦୮ ଆମ୍ବୁଲାନ୍‌ସ୍‌ ଯୋଗେ ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି।

ଖବର ପାଇ କେନ୍ଦୁଗୁଡ଼ା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

The post ଡୁମୁଲାପଦରରେ ଟୁରିଷ୍ଟ୍‍ ବସ୍‌ ଓଲଟି ଜଣେ ମୃତ, ୮ ଆହତ first appeared on Sambad.



from ଜିଲ୍ଲା – Sambad https://ift.tt/2LxAvIn