କଟକ: ବହୁଚର୍ଚ୍ଚିତ ମାହାଙ୍ଗା ହତ୍ୟାକାଣ୍ତରେ ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ଅଟକ ରଖିଛି ଗ୍ରାମାଞ୍ଚଳ ପୁଲିସ। ଗ୍ରାମାଞ୍ଚଳ ପୁଲିସ୍ ଦ୍ବାରା  ଗଠିତ ୫ ଜଣିଆ ଟିମ୍‌ ବିିଭିନ୍ନ ଅଞ୍ଚଳରୁ ଉକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ଅଜ୍ଞାତ ସ୍ଥାନରେ ଜେରା କରାଯାଉଛି। ଏହାସହ ଅଭିଯୁକ୍ତମାନଙ୍କୁ ଜେରା ପରେ ଆଜି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ଗ୍ରାମାଞ୍ଚଳ ଏସ୍‌ପି ବି ଯୁଗଳ କିଶୋର ଏନେଇ ଅଧିକ ସୂଚନା ‌ପ୍ରଦାନ କରିବେ ବୋଲି ଜଣାଯାଇଛି ।

ସୂଚନାନୁଯାୟୀ, ଗତ ୨ ତାରିଖ ବିଳମ୍ବିତ ରାତିରେ ମାହାଙ୍ଗା ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା। ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା  ଏବଂ ଚିକିତ୍ସା ସମୟରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ହତ୍ୟାକାଣ୍ତ ରାଜନୈତିକ ଶତ୍ରୁତା ଯୋଗୁଁ ହୋଇଥିବା ଅଭିଯୋଗ ମଧ୍ୟ ହୋଇଥିଲା। ଘଟଣାର ସମ୍ପୂର୍ଣ୍ଣ ଯାଞ୍ଚ କରିବା ପାଇଁ ଗ୍ରାମାଞ୍ଚଳ ପୁଲିସ ପକ୍ଷରୁ ୫ ଜଣିଆ ଟିମ୍‌ ଗଠନ କରାଯାଇଥିଲା।

ଆଜି ମଙ୍ଗଳବାର ଘଟଣାର ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ବିଭିନ୍ନ ଅଞ୍ଚଳରୁ ପୁଲିସ ଦ୍ବାରା ଗଠିତ ୫ ଜଣିଆ ଟିମ୍‌ ଉଠାଇ ନେଇଥିବା ସହ ଅଲଗା ଅଲଗା ଜାଗାରେ ଉକ୍ତ ବ୍ୟକ୍ତିମାନଙ୍କୁ ଜେରା କରାଯାଉଛି। ଆଜି ଅପରାହ୍ନରେ ଏନେଇ ଗ୍ରାମାଞ୍ଚଳ ଏସ୍‌ପି ଏ ନେଇ ସମସ୍ତ ସୂଚନା ପ୍ରଦାନ କରିବେ।

The post ମାହାଙ୍ଗା ଡବଲ ମର୍ଡର ଘଟଣା; ମୁଖ୍ୟ ଅଭିଯୁକ୍ତ ସମେତ ୪ ଅଟକ first appeared on Sambad.



from ଜିଲ୍ଲା – Sambad https://ift.tt/3ofJzQf