
ରାଉରକେଲା: ଇସ୍ପାତ ସହରରେ ଜି ଏସ୍ ଟି ଠକେଇ ଥମିବାର ନାଁ ନେଉନି। ବାଲୁଘାଟ ନୂଆ ବସ୍ତିର ଜଣେ ଗରିବ ମହିଳା ଝୁନୁ ପ୍ରଧାନଙ୍କ ନାଁ ରେ ୧୩ ଲକ୍ଷ ୩୮,୧୦୮ ଟଙ୍କା ଠକିନେଇଛନ୍ତି ଠକ ଦଳ। ଝୁନୁଙ୍କ ନାଁ ରେ ତ୍ରିନେତ୍ର ଟ୍ରେଡର୍ସ ନାମକ ଏକ ଜାଲ କମ୍ପାନି ଖୋଲି ୭୫ ଲକ୍ଷର ବେପାର କରିଛନ୍ତି। ଏହି ଠକ ନିଜକୁ କଳିଙ୍ଗ ଷ୍ଟିଲସର ଅଶୋକ କପାଟ ବୋଲି ଦର୍ଶାଇଛି।
ଏନେଇ ଜି ଏସ ଟି କର୍ତ୍ତୃପକ୍ଷ ଅବଗତ ହେଲା ପରେ ତଦନ୍ତ ଜାରି ରଖିଥିଲେ। ପ୍ରକାଶଥାଉକି, ଏହି ବସ୍ତିର ୩ ଜଣ ବ୍ୟକ୍ତି ପୂର୍ବରୁ ଏଭଳି ଠକେଇର ଶିକାର ହୋଇଛନ୍ତି। ସେମାନେ ଚା’ ବିକାଳି, ଅଟୋ ଚାଳକ, ମୁଢି ଓ ପାମ୍ପଡ଼ ବିକ୍ରି ଜୀବିକା ନିର୍ବାହ କରିଥିଲେ।
The post ପୁଣି ଏକ ଜି ଏସ ଟି ଠକେଇ: ମହିଳାଙ୍କ ନାଁରେ ଠକିନେଲେ ସାଢ଼େ ୧୩ ଲକ୍ଷ first appeared on Sambad.
from ଜିଲ୍ଲା – Sambad https://ift.tt/3oMOOXP
0 Comments